ସୂର୍ଯ୍ୟମଣୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକରେ ଜରାଶ୍ରମରେ ବୃକ୍ଷ ରୋପଣ
ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ବନ୍ତ ବ୍ଲକ ସନି୍ନକଟ ଦୈଶିଂ ପଂଚାୟତର ଦେବର କୁଣ୍ଡ ପାଶ୍ୱର୍ ରେ ଅବସ୍ଥିତ ଥିବା କଳ୍ପନାଦେବୀ ଜରାଶ୍ରମ ପରିସରରେ ଉକ୍ତ ଗ୍ରାମର ଧର୍ମପରାୟଣ ମହିଳା ସ୍ୱର୍ଗତା ସୁଯ୍ୟମଣୀ ଦେବୀ ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛିା । ତାଙ୍କର ସୁପୁତ୍ର ତଥା ଭଦ୍ରକ କୋଟର ବରିଷ୍
suryamani debi nka sradha barsiki


ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ବନ୍ତ ବ୍ଲକ ସନି୍ନକଟ ଦୈଶିଂ ପଂଚାୟତର ଦେବର କୁଣ୍ଡ ପାଶ୍ୱର୍ ରେ ଅବସ୍ଥିତ ଥିବା କଳ୍ପନାଦେବୀ ଜରାଶ୍ରମ ପରିସରରେ ଉକ୍ତ ଗ୍ରାମର ଧର୍ମପରାୟଣ ମହିଳା ସ୍ୱର୍ଗତା ସୁଯ୍ୟମଣୀ ଦେବୀ ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛିା । ତାଙ୍କର ସୁପୁତ୍ର ତଥା ଭଦ୍ରକ କୋଟର ବରିଷ୍ଟ ଆଇନଜୀବୀ ସନାତନ ଦୀକ୍ଷିତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅତିଥିଭାବେ ଜରାଶ୍ରମମର ମ୍ୟାନେଜି ଟ୍ରଷ୍ଟି ଡ଼ ହରେକୃଷ୍ଣ ନାୟକ,ଭଦ୍ରକ ବାର ଆସେସିଏସନର ଉପସଭାପତି ଆଇନଜୀବୀ ଅଶୋକ ନାୟକ,ଜିତେନ୍ଦ୍ର ପଣ୍ଡା,ନାରାୟଣ ମହାରାଜ,ସୁରେନ୍ଦ୍ର କର,ମହେନ୍ଦ୍ର ତିଆଡ଼ି, ସୁସାହିତ୍ୟିକ ବୀଣାପାଣି ତ୍ରୀପାଠୀ,କାଉପୁର ସମାବୟ ସମିତର ସଭାପତି ରମାକାନ୍ତ ନାୟକ ଙ୍କସହ ବହୁବରିଷ୍ଠ ବ୍ୟକ୍ତି ଙ୍କ ସହ ପିଲାମାନେ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଙ୍କ ଫଟୋଚିତ୍ରରେ ଭକ୍ତିପୁତ ମାଲ୍ୟାର୍ପଣ କରାଯାଇ ତାଙ୍କ ଆତ୍ମାର ସଦ୍ଗତି କାମନାକରି ଦୁଇ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ଏହି ପାରିପ୍ରେଷିରେ ଜରାଶ୍ରମ ରେ ପ୍ରସାଦ ସେବନ ସହ ବୃକ୍ଷ ମାନ ରୋପଣ କାଯାଇଥିଲା । ଏଥିରେ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାକୁ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande