ଜୟପୁର, 18 ଅକ୍ଟୋବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ସହରର ବିଦ୍ୟାଧର ସିଂଦେଓ ମୁଖ୍ୟ ଦୈନିକ ବଜାରର ଚାରିପାଖରେ ରହିଥିବା ୫ଟି ପ୍ରବେଶ ଦ୍ବାର ମଧ୍ୟରୁ ତିନୋଟି ମୁଖ୍ୟ ପ୍ରବେଶ ଦ୍ବାରରେ କୌଣସି ଫାଟକ ନଥିବା ଯୋଗୁଁ ବଜାର ପରିସର ଭିତରକୁ ବାଇକ, ଅଟୋ, ଗାଈଗୋରୁଙ୍କ ଅବାଧ ପ୍ରବେଶ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଉକ୍ତ ପ୍ରବେଶ ଦ୍ବାରରେ ପୂର୍ବରୁ ରହିଥିବା ଫାଟକ ଭଳି ପୁଣି ଲୁହା ଫାଟକ ନିର୍ମାଣ କରିବା ନେଇ ଜୟପୁର ଚାମ୍ବର ଅଫ କମର୍ସ ପକ୍ଷରୁ ଦାବି କରାଯାଇଛି । ଫାଟକ ନଥିବା ଯୋଗୁଁ ଅବାଧ ପ୍ରବେଶ ଯୋଗୁଁ ରାସ୍ତାର ସଙ୍କୀର୍ଣ୍ଣତା ରହିଥିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏହିପରି ଗାଈ ଗୋରୁଙ୍କ ଅବାଧ ପ୍ରବେଶ ଏବଂ ଆକ୍ରମଣରେ ସାଧାରଣ ଲୋକ ଆହତ ହେବା ସହ ହଇରାଣ ହେଉଛନ୍ତି । ଏହିପରି ଗତ କିଛି ଦିନପୂର୍ବରୁ ଜୈନିକ ମହିଳାଙ୍କୁ ବଜାରରେ ଏକା ବୁଲା ଷଣ୍ଢର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଏବଂ ଏହିପରି ଅନ୍ୟାନ୍ୟ ଘଟଣା ଘଟୁଛି । ସେହିପରି ଏହିପରି ବଜାରର ମୁଖ୍ୟ ଫାଟକ ଖୋଲାମେଲା ରହିବା ଯୋଗୁଁ ସୁରକ୍ଷିତ ମଧ୍ୟ ରହୁନାହିଁ । ବଜାରରେ ପନିପରିବା ବିକ୍ରେତାଙ୍କ ପନିପରିବାକୁ ଗାଈଗୋରୁ ମାନେ ଟାଣି ଖାଇଦେଉଥିବା ଯୋଗୁଁ ବ୍ୟବସାୟୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ତୁରନ୍ତ ପୌରସଂସ୍ଥା ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପୂର୍ବରୁ ଯେଉଁଭଳି ଭାବେ ଫାଟକ ଗୁଡିକ ରହିଥିଲା । ସେହିପରି ଫାଟକ ଗୁଡିକ ନିମାଣ କରାଯାଉଛି । ଏହିପରି ଗତ କିଛିଦିନ ପୂର୍ବରୁ ବଜାରରେ ଅଗ୍ନିକାଣ୍ଡ ଯୋଗୁଁ ଏହିପରି ଫାଟକ ରହିଥିଲେ ଅଗ୍ନିସମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଏହି ଫାଟକ ଗୁଡିକ ବାହାର କରାଯାଇଥିଲା । କିନ୍ତୁ ଏହାର ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇ ସୁରକ୍ଷିତ ଫାଟକ ନିର୍ମାଣ ଦାବି ନେଇ ଚାମ୍ବର ଅଫ କମର୍ସରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଏ.ଶଶ୍ୟା ରେଡ୍ଡୀଙ୍କୁ ସାକ୍ଷାତ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହିପରି ଆଗାମୀ ପୌର ବଜେଟରେ ଏହାର ନିର୍ମାଣ କରିବା ନେଇ ପାଣ୍ଠି ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଏ.ଶଶ୍ୟା ରେଡ୍ଡୀ ପ୍ରତିଶୃତି ଦେଇଥିବା ନେଇ ଚାମ୍ବର ଅଫ କମର୍ସର ସଭାପତି ଭି. ପ୍ରଭାକର ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି