Odisha, 18 ଅକ୍ଟୋବର (ହି.ସ.)ଖୋର୍ଦ୍ଧା,ଖୋର୍ଦ୍ଧା ପୋଲିସ ବରୁଣେଇ ଓ ଟିଏଲସି ରୋଡରୁ ୫୫ଗ୍ରାମ ବ୍ରାଉନ ସୁଗାର୍,୫ବାଇକ, ନଗଦ ୩୬ହଜାର ଟଙ୍କା ଜବତ ସମେତ ,୫ଗିରଫ। ଗିରଫ ମାନେ ହେଲେ ପଲାର ସତ୍ୟରଞ୍ଜନ ସାହୁ, ମୁଣ୍ଡମୁହାଣ ର ରାଜେନ୍ଦ୍ର ରାଉତ ଓ ସହିଦ ନଗର ପଥର ବନ୍ଧର ସୁନିଲ ସାହୁକୁ ଗିରଫ କରି ୨୫ଗ୍ରାମର ବ୍ରାଉନ ସୁଗାର୍, ୩ଟି ବାଇକ୍, ୩ଟି ମୋବାଇଲ ଜବତ କରିଥିଲା ଶିଳ୍ପାଞ୍ଚଳ ପୋଲିସ। ତେବେ ଏମାନେ ବରୁଣେଇ ବ୍ରିଟାନିଆ କମ୍ପାନୀ ନିକଟରେ ବେପାର କରିବା ପାଇଁ ଛିଡ଼ା ହୋଇଥିଲେ। ସେହିପରି ଆଦର୍ଶ ଥାନା ଅନ୍ତର୍ଗତ ଟିଏଲସି ରୋଡରେ ସାମନ୍ତରାପୁର ସ୍ୱପ୍ନେଶ୍ୱର୍ ବସ୍ତିର ସୋମନାଥ ବେହେରା ଓ କରଡ ଗାଡିଆ ଅଞ୍ଚଳ ର ଧନେଶ୍ଵର ସାହୁକୁ ଗିରଫ କରିଛି ତେବେ ପୋଲିସ ଏମାନଙ୍କ ଠାରୁ ୨୫ଗ୍ରାମର ବ୍ରାଉନ ସୁଗାର୍,୨ବାଇକ୍, ୪ମୋବାଇଲ ସହ ୩୬ହଜାର ଟଙ୍କା ଜବତ କରି ଉଭୟ ଘଟଣାରେ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ସୁଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ