ଜୟପୁର, ୧୮ ଅକ୍ଟୋବର (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ତାପାଲି ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରେ ୩ ଜଣ ଆହତ ହୋଇଛନ୍ତି । ଗତକାଲି ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ଜୟପୁର ଠାରୁ ଜୟନ୍ତଗିରି ଅଭିମୁଖେ ଯାଉଥିବା ବେଳେ ବିପରିତ ଦିଗରୁ ଏକ ଟିପ୍ପର ଆସି ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଭଗବାନ ବିଷୋୟୀ (୩୮), ଆଲୋକ ବେହେରା (୨୯)ଙ୍କ ଅବସ୍ଥା ଗୁରୁତର ଥିବାବେଳେ ସିନ୍ଧୁ ତନ୍ତି(୩୫)ଙ୍କୁ ସାମାନ୍ୟ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଭଗବାନ ଓ ଆଲୋକଙ୍କୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସିନ୍ଧୁଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଘଟଣାଟି କେଉଁ କାରଣରୁ ହେଲା ସେନେଇ ସଦର ପୁଲିସ ଅନୁସନ୍ଧାନ ଜାରି ରଖିଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି