ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଆଜି ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଧାନସଭା ସମ୍ମୀଳନୀ କକ୍ଷରେ ଷ୍ଟାଣ୍ଡିଙ୍ଗୀ କମିଟିର ୧୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୌହ ଖଣିଜ ପଦାର୍ଥ ର ସଚିବ ଓ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା ବେଳେ ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟ ତଥା ବିରୋଧୀ ଦଳର ସଦସ୍ୟ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ କେନ୍ଦୁଝର ଜିଲ୍ଲାରୁ ଆନନ୍ଦପୁର ରୁ ବନ୍ତ ରାସ୍ତା ଦେଇ ଦୈନିକ ଖଣିଜ ପଦାର୍ଥ ଚୋରାଚାଲାଣ ହେଇଥିବା ବେଳେ କାହିଁକି ବିଭାଗୀୟ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀ ନିରବରେ ବୋଲି ପ୍ରଶ୍ନ କରିଛନ୍ତି । ବେଆଇନ୍ ଖଣି ପଦାର୍ଥ ଚୋରାଚାଲାଣ ଦ୍ୱାରା ସଡ଼କ ଦୁର୍ଘଟଣାରେ ସାଧାରଣ ଜନତା ଜୀବନ ହରାଉଥିବା ବେଳେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଯଦି ଆଗାମୀ ଦିନରେ ବିଭାଗୀୟ କର୍ତୃପକ୍ଷ ଏ ଦିଗରେ ସଚେତନ ନ ହୁଅନ୍ତି ଏହା ଆନ୍ଦୋଳନ ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟ ଓ ବିରୋଧୀ ଦଳ ର ଅନ୍ୟାନ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ