ବଲାଙ୍ଗିର, ୧୮ ଅକ୍ଟୋବର (ହି.ସ.)- ଗତକାଲି ଅପରାହ୍ନ୧ଟା ସମୟରେ ବଲାଙ୍ଗୀର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଶ୍ରୀ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ଟିମ୍ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ।
ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ଦିନ ଆୟୋଜକ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲଵାରଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିବା ସହ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯିବ ସେ ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗୀର ଦିନ ପାଳନରେ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବରେ କେମିତି ହେଇପାରିବ ସେଥିପାଇଁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ କହିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ପ୍ରତାପ ରଥ, ଲୋଟସ ଷଡ଼ଙ୍ଗୀ, ବିଦୁ ଭୁଷଣ ତ୍ରିପାଠୀ, ଦିନେଶ ଶର୍ମା ଓ ବିନୋଦ କୁମାର କାଲସାଏ ପ୍ରମୁଖ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ