Bhubaneswar, 18 ଅକ୍ଟୋବର (ହି.ସ.)
ଭାରତୀୟ କମୁ୍ୟନିଷ୍ଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦ ଦ୍ୱାରା ଗତ ରାଜ୍ୟ ସମ୍ମିଳନୀରେ ନବ ନିର୍ବାଚିତ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ ପରିଷଦର ବୈଠକ ୧୭ ଓ ୧୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ନବ ନିର୍ବାଚିତ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିବାବେଳେ ଜାତୀୟ ସମ୍ପାଦକ ସାଥି ରାମକୃଷ୍ଣ ପଣ୍ଡା ପାର୍ଟି ମହା ଅଧିବେଶନରେ ଗୃହୀତ ବିବରଣୀ ଉପସ୍ଥାପନ କରିଥିଲେ । ଗତ ୨୧ରୁ ୨୫ ସେପ୍ଟେମ୍ବର ୨୦୨୫ ପାର୍ଟିର ୨୫ତମ ପାର୍ଟି କଂଗ୍ରେସରେ ଗୃହୀତ ରାଜନୈତିକ ଓ ସାଙ୍ଗଠନିକ ନିଷ୍ପତ୍ତି ଏବଂ ସାମ୍ପ୍ରତିକ ରାଜ୍ୟରେ ଘଟିଯାଉଥିବା ଆଇନ ଶୃଙ୍ଖଳା ସ୍ଥିତି, ସାମ୍ପ୍ରଦାୟିକ ବିଦ୍ୱେଷ ସ୍ୱରୂପ କଟକ ଦୁର୍ଗାପୂଜା ଭସାଣୀରେ ଶାସକ ଦଳ ବିଜେପି ଓ ସଂଘ ପରିବାରର ପ୍ରାୟୋଜିତ ଦଙ୍ଗା ପରିସ୍ଥିତି, ଗଣ ଦୁଷ୍କର୍ମ, ନାରୀ ନିର୍ଯାତନା, ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସଂଘ ପରିବାର ଦ୍ୱାରା ଦଳିତ, ଆଦିବାସୀ, ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ବର୍ବରୋଚିତ, ଅମାନବୀୟ ଅତ୍ୟାଚାର ଓ ଆକ୍ରମଣ, ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳତା ଓ ନିର୍ବାଚନ ପୂର୍ବରୁ ବିଜେପି ଦଳ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ବ୍ୟର୍ଥତାକୁ ନେଇ ଆଲୋଚନା କରାଯିବା ସହ ରାଜ୍ୟ ବିଜେପି ସରକାରଙ୍କ ସମସ୍ତ ଜନ ବିରୋଧୀ, ସମ୍ବିଧାନ ବିରୋଧୀ କାର୍ଯ୍ୟକୁ ଆଗାମୀଦିନରେ ଜନସଚେତନତା ଓ ଜନ ଆନେ୍ଦାଳନ ଦ୍ୱାରା ପ୍ରତିରୋଧ କରାଯିବା ପାଇଁ ନିଷ୍ପତ୍ତି କରିଥିଲେ । ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ସାମ୍ପ୍ରଦାୟିକ ଏକଛତ୍ରବାଦୀ ବିଜେପିକୁ ରାଜ୍ୟର ସମସ୍ତ ବାମ-ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଶକ୍ତି ଏକଜୁଟ ହୋଇ ପରାସ୍ତ କରିବା ପାଇଁ ସିପିଆଇ ଆହ୍ୱାନ ଦେଇଛି ।
ବୈଠକରେ ରାଜ୍ୟ ସଙ୍ଗଠନ ପାଇଁ ଦୁଇଜଣ ସହସମ୍ପାଦକ ଭାବେ ସାଥି କ୍ଷୀରୋଦ ସିଂହଦେଓ ଓ ସାଥି ଜୟନ୍ତ ଦାସ ସମେତ ସର୍ବସାଥି ଆଶିଷ କାନୁନ୍ଗୋ, ଅଶୋକ ଦାଶ, ଏନ. ନାରାୟଣ ରେଡି, ପ୍ରକାଶ ଚନ୍ଦ୍ର ପାତ୍ର, ବିଜୟ ଜେନା, ଦାମୋଦର ବେହେରା ଓ ରମଣୀରଞ୍ଜନ ରାଉତରାୟ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଓ ସାଥି ଜୟନ୍ତ ଦାସଙ୍କୁ କୋଷା୍ମକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି ।
ଏହି ବୈଠକରେ ରାଜ୍ୟ ପାର୍ଟିର ବିଭିନ୍ନ ଗଣସଙ୍ଗଠନ ବିଭାଗ ଓ ଜିଲ୍ଲାମାନଙ୍କର ଦାୟିତ୍ୱ ବଣ୍ଟନ କରାଯାଇଛି । ବୈଠକ ପ୍ରାରମ୍ଭରେ ପ୍ରୟାତ ନେତୃତ୍ୱଙ୍କ ବିୟୋଗରେ ସାଥି ରମଣୀ ରଞ୍ଜନ ରାଉତରାୟ ଶୋକ ପ୍ରସ୍ତାବ ଆଗତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମ୍ମରେ ଶ୍ରୀହର୍ଷ ରଥ, ବସନ୍ତ ପାଇକରାୟ, ଶଶିଭୂଷଣ ସ୍ୱାଇଁ, ଅମରେନ୍ଦୁ ମହାନ୍ତି, ପ୍ରଦୋଷ ମହାନ୍ତି, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଭାଗବତ ପ୍ରତିହାରୀ, ସରୋଜିନୀ ଆଚାର୍ଯ୍ୟ, ସଂଘମିତ୍ରା ଜେନା, ପ୍ରମୋଦିନୀ ପାଇକରାୟ, ବନଲତା ଜେନା, ଜିନ୍ମୟୀ ସାହାଣୀ, ଭାନୁମତି ରେଡି, ମାତିଲଦା କୁଲୁ, ବିଜୟ ମହାନ୍ତି, ଅମିୟ ପଟ୍ଟନାୟକ, ବିଦ୍ୟାଧର ମହାନ୍ତ, ନୀଳକଣ୍ଠ ଦାଶ, କାମଦେବ ନାହାକ, ରାଜେନ୍ଦ୍ର ନାଏକ, ସାରଙ୍ଗଧର ମିଶ୍ର, ହଳଧର ପୂଜାରୀ, କୃଷ୍ଣଚନ୍ଦ୍ର ରାଉତ, ଅଜୟ ବେହେରା, ଈଶ୍ୱର ପରିଡ଼ା, ଜଗବନ୍ଧୁ ମିଶ୍ର ଓ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା