କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ସଚିବ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ସ୍ୱାସ୍ଥ୍ୟ ସେବାର ମାନ, ଭିତିଭୂମିର ବିକାଶ ଏବଂ ରୋଗୀ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିବା ଥୁଲା ଓଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
ଶ୍ରୀ ପୁନିଆ ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପହଂଚି ବିଭିନ୍ନ ୱାର୍ଡ, ଓପିଡି (ଙଚଊ), ପାଥୋଲୋଜି ଲ୍ୟାବ୍, ଜରୁରୀକାଳୀନ ବିଭାଗ ଏବଂ ଅନ୍ୟାନ୍ୟ ସେବା କେନ୍ଦ୍ରଗୁଡ଼ିକ ବୁଲି ଦେଖୁଥିଲେ । ଚିକିତ୍ସାଳୟର ପରିବେଶ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ନିଜର ପରିଦର୍ଶନ ସମୟରେ ସଚିବ ଶ୍ରୀ ପୁନିଆ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରି ଡାକ୍ତରଖାନାରେ ମିଳୁଥୁବା ସେବାର ମାନ ବିଷୟରେ ପଚାରି ବୁଝିଥିଲେ। ଚିକିତ୍ସା, ଔଷଧ ଯୋଗାଣ ଏବଂ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ସେ ରୋଗୀମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ। ସେହିପରି, ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହିତ ମଧ୍ୟ ସେ ଏକ ସମୀକ୍ଷା ବୈଠକ କରିଥିଲେ। ସେମାନଙ୍କର ସୁବିଧା-ଅସୁବିଧା, କାର୍ଯ୍ୟଭାର ପରିଚାଳନା ଏବଂ ଉତମ ସେବା ଯୋଗାଇବାରେ ଆସୁଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ସଚିବ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଷ୍ଠାପର ସେବାକୁ ପ୍ରଶଂସା କରିବା ସହ ଉତମ ବ୍ୟବହାର ଓ ମାନବିକତାକୁ ସର୍ବଦା ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସମୀକ୍ଷା ଶେଷରେ ଶ୍ରୀ ପୁନିଆ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA