କେନ୍ଦୁଝର ପୋଲିସ ପକ୍ଷରୁ ବାଇକ ଓ ମୋବାଇଲ୍ ଫେରସ୍ତ ଉତ୍ସବ
କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପୋଲିସ ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ ଆରମ୍ଭ କରିଛି ନୂତନ ପ୍ରୟାସ। ଏହି ପ୍ରୟାସ ହେଉଛି ମୋବାଇଲ୍ ଓ ଜବତ ଯାନ ବାହାନ ଫେରସ୍ତ ଉତ୍ସବ। ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ଥାନାରେ ଚୋରି, ବିଭିନ୍ନ କାରଣରୁ ଜବତ ଯାନ ବାହାନ ଓ ଚୋରି ହୋଇଥିବା ମ
Bike mobile festival


କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପୋଲିସ ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ ଆରମ୍ଭ କରିଛି ନୂତନ ପ୍ରୟାସ। ଏହି ପ୍ରୟାସ ହେଉଛି ମୋବାଇଲ୍ ଓ ଜବତ ଯାନ ବାହାନ ଫେରସ୍ତ ଉତ୍ସବ। ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ଥାନାରେ ଚୋରି, ବିଭିନ୍ନ କାରଣରୁ ଜବତ ଯାନ ବାହାନ ଓ ଚୋରି ହୋଇଥିବା ମୋବାଇଲକୁ ତାର ମାଲିକକୁ ଫେରାଇବା ପାଇଁ ପ୍ରୟାସ କରଯାଇଛି। ଆଜି ଏନେଇ ଜିଲ୍ଲା ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ୧୦୫ ଜବତ ମୋବାଇଲ୍ ଓ ଜିଲ୍ଲାରେ ବିଭିନ୍ନ ଥାନାରେ ୫୦୦ ରୁ ଉର୍ଦ୍ଧ୍ୱ ଜବତ୍ ବାଇକ, ସ୍କୁଟି ଆଦିକୁ ସଠିକ ମାଲିକଙ୍କୁ ଫେରା ଯାଇଛି। ଆଗାମୀ ଦିନରେ ଏଭଳି ଜନ ହିତକର କାର୍ଯ୍ୟ ଜାରୀ ରହିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande