ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର
କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - କୋଡ଼ିଏ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ନିକଟ ବାଲିବନ୍ଧ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ଝୁମ୍ପୁରା ଅଂଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଝୁମ୍
ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର


କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - କୋଡ଼ିଏ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ନିକଟ ବାଲିବନ୍ଧ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ଝୁମ୍ପୁରା ଅଂଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଝୁମ୍ପୁରା ଅଂଚଳର ଯୁବକ ଜଣକ ନିଜ ବା ବାଇକରେ ଯାଉଥୂବା ବେଳେ ବାଲିବନ୍ଧ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣକ ରାସ୍ତା ଉପରେ ୧ରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲାକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନୁର କରିଥିଲେ। ତେବେ ବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧୂକ ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନା କର୍ତୃପକ୍ଷ ତାଙ୍କୁ ଙ୍କୁ ତୁରନ୍ତି କଟ କଟକ ବଡ଼ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । ତାଙ୍କୁ କଟକ ନିଆଯିବା ପରେ ହିଁ ଅଧୂକ ଉନ୍ନତମାନର ଚିକିତ୍ସା ମିଳିପାରିବ ବୋଲି ଆଶା କରାଯାଉଛି।

ଘଟଣାସ୍ଥଳରେ ପୋଲିସ୍ ପହଂଚି ଦୁର୍ଘଟଣାର ତଦନୁ ଆରମ୍ଭକରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବ ବତ କରାଯାଇ ଇଛି କି ନାହିଁ, ସେ ନେଇ ସୃଷ୍ଟ ସୂଚନା ମିଳିନାହିଁ। ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande