କାର ଉପରେ ଓଲଟିଲା ବସ, ୨୦ରୁ ଉର୍ଦ୍ଧ୍ବ ଆହତ, ୫ ଜଣ ଗୁରୁତର
କାର ଉପରେ ଓଲଟିଲା ବସ, ୨୦ରୁ ଉର୍ଦ୍ଧ୍ବ ଆହତ, ୫ଜଣ ଗୁରୁତ୍ୱର
Car Upare Ulatila Jatribahi Bus


Car Upare Ulatila Jatribahi Bus


Car Upare Ulatila Jatribahi Bus


ବାରିପଦା, ୧୮ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସ୍ଥିତ ଦ୍ୱାରଶୁଣି ଘାଟିରେ କାର ଉପରେ ବସ ଓଲଟିଛି। ଯାହା ଫଳରେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଦ୍ୱାରଶୁଣି ଘାଟି ରାସ୍ତାରେ କିଛି ଦିନ ହେବ ଟ୍ରାଫିକ ଜାମ ଲାଗି ରହିଛି। ଶନିବାର ଅପରାହ୍ନରେ ଶ୍ରୀ ଗଣେଶ ନାମକ ଏକ ବସ ତିରିଂ ଅଞ୍ଚଳରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ ଘାଟିରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼କୁ ମାଡି ଯାଇ ଏକ କାର ଉପରେ ଓଲଟି ପଡିଥିଲା। ଯାହା ଫଳରେ କାର ଓ ବସରେ ଥିବା ୨୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ୫ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ଆହତଙ୍କୁ ବାଙ୍ଗିରିପୋଷି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମାନଙ୍କୁ ବାରିପଦା ପିଆରଏମ ହସ୍ପିଟାଲ ଓ ଘରୋଇ ହସ୍ପିଟାଲ ଆଦିକୁ ସ୍ଥାନାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande