କନ୍ଧମାଳର ଅପହଂଚ ଅଂଚଳରେ ମୁଖ୍ୟ ଉନ୍ନୟନ ଅଧିକାରୀ
CDO Kandhamal in rural areas of Kandhamal
କନ୍ଧମାଳର ଅପହଂଚ ଅଂଚଳରେ ମୁଖ୍ୟ ଉନ୍ନୟନ ଅଧିକାରୀ


କନ୍ଧମାଳ, ୧୮ ଅକ୍ଟୋବର(ହି.ସ.) – ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ଶମ୍ଭୁ ନାଥ ନନ୍ଦି ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ, ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଖଜୁରୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ଖଜୁରୀପଡ଼ା ଗ୍ରାମ ପଂଚାୟତର ଚାରିପଡ଼ା ଗ୍ରାମର ପଦ୍ମଶ୍ରୀ ଡ. ପୂର୍ଣ୍ଣାମାସି ଯାନୀ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏହା ସହିତ ତାଙ୍କ ଗ୍ରାମ ମୌଳିକ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହା ପରେ ଦଳପଡ଼ା ଗ୍ରାମ ପଂଚାୟତର ସାକେଡି ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗାଡ଼ି ନଦୀ ପାର ହୋଇନଥିଲା। ଫଳରେ ଗାଡ଼ି ରଖି ଚାଲି ଚାଲି ଯାଇ ଦଳପଡ଼ାରେ ପହଂଚି ସ୍ଥାନୀୟ ଲୋକଙ୍କ ସହିତ ଗ୍ରାମର ଗମନା ଗମନ ସୁବିଧା, ମୋବାଇଲ ଟାୱାର, ଆବାସ ଗୃହ, ସ୍କୁଲ ଘର, ଅଙ୍ଗନୱାଡ଼ି, ଭତା, ଖାଦ୍ୟ ନିରାପତା କାର୍ଡ଼, ପାନୀୟ ଜଳ ଯୋଗାଣ ଆଦି ବିଷୟରେ ପଚାରି ବୁଝିଥିଲେ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ତେଣୁ ଏହି ରାସ୍ତାକୁ ଯଥାଶୀଘ୍ର କହିବାକୁ ଗ୍ରାମବାସୀ ଦାବି କରିଥିଲେ। ଏହି ଗସ୍ତ ସମୟରେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶୁଭ ବାହିନୀପତି ଓ ସ୍ଥାନୀୟ କର୍ମଚାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande