କାର - ବାଇକ ଧକ୍କା : ବାଇକ ଚାଳକ ମୃତ
କାର ଓ ବାଇକ ମୁଁହାମୁହିଁ ଧକ୍କା, ବାଇକ ଚାଳକ ମୃତ
Car O Bike Muhan Muhin Dhakka, Bike Chalaka Mruta


Car O Bike Muhan Muhin Dhakka, Bike Chalaka Mruta


Car O Bike Muhan Muhin Dhakka, Bike Chalaka Mruta


ବାରିପଦା, ୧୮ ଅକ୍ଟୋବର (ହି.ସ.)- ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଯାହା ଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ବିଜୟରାମଚନ୍ଦ୍ର ଅଞ୍ଚଳର ଅଶୋକ ଘୋଷ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ନମ୍ବର ବିହୀନ ନୂତନ କାରଟି ୧୮ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଭୁଲ ପାର୍ଶ୍ଵରୁ ଆସୁଥିବା ବାଇକ ସହ ଦୁର୍ଘଟଣା ହୋଇଥିଲା। ଯାହା ଫଳରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ପଡିଯିବାରୁ ମୁଣ୍ଡରେ ମାଡ଼ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକମାନେ ଭଞ୍ଜପୁର ଥାନା ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ହସ୍ପିଟାଲକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande