ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ
ଚମ୍ପୁଆ, ୧୮ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁପୁର ନିକଟରେ ମେର୍ମେଦା ନାଳରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ବାରିଆ ପୁଲିସ୍ ଚଢାଉ କରି ଗୋଟାଏ ଟ୍ରାକ୍ଟରକୁ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ସାଢ଼େ ବାରଟା ସମୟରେ ମେର୍ମେଦା ନାଳରୁ ବାଲି
ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ


ଚମ୍ପୁଆ, ୧୮ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁପୁର ନିକଟରେ ମେର୍ମେଦା ନାଳରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ବାରିଆ ପୁଲିସ୍ ଚଢାଉ କରି ଗୋଟାଏ ଟ୍ରାକ୍ଟରକୁ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ସାଢ଼େ ବାରଟା ସମୟରେ ମେର୍ମେଦା ନାଳରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ବାରିଆ ଆଇଆଇସି ରଞ୍ଜୁ ହାସିନା କୁଲୁ ଚଢାଉ କରି ଭୂଇଁପୁର ଶିବମନ୍ଦିର ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛନ୍ତି । ଚଢାଉ ସମୟରେ ଉକ୍ତ ଗାଡିରେ ନମ୍ବର ପ୍ଲେଟ ନ ଥିବା ନେଇ ଜଣାପଡ଼ିଥିଲା । ବାରିଆ ଥାନାଧିକାରୀ ଉକ୍ତ ଗାଡିକୁ ଜବତ କରିବା ସହ ଥାନା କେସ ନଂ ୧୬୯/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande