ସହର ଛାତ୍ରଛାତ୍ରୀ ମାନଙ୍କ ଗାଁ ସ୍କୁଲ ପରିଦର୍ଶନ
ଜୟପୁର, ୧୮ ଅକ୍ଟୋବର (ହି.ସ.)- ଜୟପୁର ସିଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଇକେଲରେ ଗଡପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଗାଁ ସ୍କୁଲ ର ପରିବେଶ ପାଠ ପଢା ଦେଖିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥଲେ। ପିଲା ମାନଙ୍କ ସହ ସାଂସ୍କୃତିକ କାର୍ଯ୍
ସହର ଛାତ୍ର ଛାତ୍ରୀ ମାନଙ୍କ ଗାଁ ସ୍କୁଲ ପରିଦର୍ଶନ


ଜୟପୁର, ୧୮ ଅକ୍ଟୋବର (ହି.ସ.)- ଜୟପୁର ସିଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଇକେଲରେ ଗଡପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଗାଁ ସ୍କୁଲ ର ପରିବେଶ ପାଠ ପଢା ଦେଖିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥଲେ। ପିଲା ମାନଙ୍କ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ ସ୍ବତନ୍ତ୍ର ଅନୁଭୂତି ପାଇଥିଲେ । ସିଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରତାପ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଗଡ଼ପଦର ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପଣ୍ଡା ଏଭଳି ଏକ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ପ୍ରୋତ୍ସାହନ ଦେଇ ସମସ୍ତ ସହଯୋଗ କରିଥିଲେ। ସିୱା ଅନୁଷ୍ଠାନର ବରିଷ୍ଠ ସଭ୍ୟ ଜୀ ଭି ରେଡ୍ଡୀ, କେ ମୋହନ ରାଓ ଓ ସଭାପତି ସୁଧାକର ପଟ୍ଟନାୟକ ଓ ସିଟି ଉଚ୍ଚ ବିଦ୍ୟାଳୟରୁ ଜି ସାଇ ସେଖର ଓ ଧନପତି ଭତ୍ରା ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ଏକ ନିଆରା ଅନୁଭୂତି ଲାଭ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande