ବାରିପଦା, ୧୮ ଅକ୍ଟୋବର (ହି.ସ.)- ଅଦୃଶ୍ୟ ସାଇବର ଅପରାଧର ପ୍ରାଦୁର୍ଭାବ ରୋକିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନେଇ ଏକ ଆଲୋଚ଼ନାଚ଼କ୍ର ଥାନା ଓଆଇସି ଲକ୍ଷ୍ମଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଭିଡ଼ିଓ କନ୍ଫରେନସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମ ଜରିଆରେ ସାଇବର ଅପରାଧି ମାନେ କିପରି ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି। ସେନେଇ ଆଲୋଚନା କରିଥିଲେ। ତେଣୁ ସମସ୍ତେ ସଚେତନ ରହିବାକୁ ଆଲୋଚନା କରିଛନ୍ତି।
ଏଥିରେ ଚାନ୍ଦୁଆ ଥାନା ଅଧିକାରୀ ଶ୍ରୀ ନାୟକ, ବି ରାୟ, ଜମାଦାର ରବୀନ୍ଦ୍ର ସିଂ, କନଷ୍ଟେବଳ ଏସ କେ ମହାନ୍ତ, ମହେଶ୍ୱତା ଦାସ, ଇନ୍ଦ୍ରଜିତ ନାଏକ, ସମାଜସେବୀ ରବିନ ଦଣ୍ଡପାଟ, ଆଇନଜୀବୀ, ଥାନା କର୍ମଚାରୀ, ହୋମଗାର୍ଡ ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ