ଖୋର୍ଦ୍ଧା 18 ଅକ୍ଟୋବର (ହି.ସ.),ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ରଥକୁ ପତାକା ସାଇବର ସୁରକ୍ଷା ଅଭିଯାନ ଶନିବାର ଆରମ୍ଭ କରିଥିଲେ।ଏହି ପରିପ୍ରେକ୍ଷୀରେ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଇଣ୍ଟରନେଟ୍ ବ୍ୟବହାର ବିଷୟରେ ନାଗରିକମାନେ, ବିଶେଷକରି ଛାତ୍ରଛାତ୍ରୀ, ଯୁବ ଓ ବୃଦ୍ଧ ନାଗରିକଙ୍କୁ ସଚେତନ କରିବା।ସାଇବର ରଥ ଜିଲ୍ଲାଗୁଡିକୁ ଯାତ୍ରା କରି, ଅନଲାଇନ୍ ଠକେଇ ପ୍ରତିରୋଧ, ଡାଟା ପ୍ରାଇଭେସି, ସୋସିଆଲ୍ ମିଡିଆ ସୁରକ୍ଷା, ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାର ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅଭିଯାନ ସିଆଇଡି, କ୍ରାଇମ୍ ବ୍ରାଞ୍ଚ, ଓଡିଶା ଓ ଅନ୍ୟାନ୍ୟ ସରକାରୀ ବିଭାଗଙ୍କ ସହଯୋଗରେ ଚାଳିତ ହେଉଛି।ସଭାରେ ମୁଖ୍ୟମନ୍ତ୍ରୀ ଡିଜିଟାଲ୍ ସାକ୍ଷରତାର ଗୁରୁତ୍ୱ ଉପରେ ଜୋର ଦେଇ କହିଥିଲେ, ଯେ ସମସ୍ତେ ସାଇବର ଅପରାଧ ପ୍ରତି ସଚେତନ ରହିବେ। ସେ ଉଲ୍ଲେଖ କରିଥିଲେ ଯେ ସାଇବର ସୁରକ୍ଷା ଡିଜିଟାଲ୍ କାଳରେ ସୁରକ୍ଷିତ ଏବଂ ଉନ୍ନତିଶୀଳ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ।ସରକାରୀ ସର୍ବୋଚ୍ଚ ଅଧିକାରୀ, ରାଜ୍ୟ ପୋଲିସ, ଆଇ.ଟି. ବିଭାଗ, ଓ ଶିକ୍ଷା ସଂସ୍ଥାନର ପ୍ରତିନିଧିମାନେ ମଞ୍ଚରେ ଉପସ୍ଥିତ ଥିଲେ।ଏହି ସାର୍ବଜନୀନ ପ୍ରୟାସର ଅଂଶ ଭାବେ, ଖୋର୍ଦ୍ଧା ଜିଲ୍ଲା ପୋଲିସ କାର୍ଯ୍ୟାଳୟ କନଫରେନ୍ସ ହଲ୍ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ପୋଲିସ ଓ ସାଧାରଣ ଲୋକଙ୍କର ସହଭାଗିତା ସହ ସାଇବର ସୁରକ୍ଷା ସଚେତନତାକୁ ପ୍ରଚାର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ