ସମଲେଶ୍ୱର ମନ୍ଦିର ଭୁଷୁଡ଼ିବା ୫ ବର୍ଷ ପୁରିଲା ଅଧାରେ ଅଟକି ରହିଛି ଉନ୍ନତିକରଣ ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ବଲାଙ୍ଗୀର, ୧୮ ଅକ୍ଟୋବର(ହି.ସ.) – ମା’ ସମଲେଶ୍ୱରୀ ଦେବୀ ଅସ୍ଥା ଓ ବିଶ୍ୱାସର ଦେବୀ। ଏହି ମନ୍ଦିର ଟି ପାଟଣା ଶାସନ ସମୟରେ ୧୯୧୫ ମସିହାରେ ମହାରାଜ ପୃଥ୍ୱୀରାଜ ସିଂହଦେଓ ନିଜର ଗଚ୍ଛିତ ଧନରେ ନିର୍ମାଣ କରିଥିଲେ। ଏହି ମନ୍ଦିର ଏବେ ପ୍ରାୟ ୧୧୦ ବର୍ଷ ପ୍ରଦର୍ପଣ କରିଛି। ଗତ କିଛି ବର୍ଷ ତଳେ ୨୧.୧୦.୨୦୨୧
ସମଲେଶ୍ୱର ମନ୍ଦିର ଭୁଷୁଡିବା ୫ ବର୍ଷ ପୁରିଲା ଅଧାରେ ଅଟକି ରହିଛି ଉନ୍ନତିକରଣ ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ


ବଲାଙ୍ଗୀର, ୧୮ ଅକ୍ଟୋବର(ହି.ସ.) – ମା’ ସମଲେଶ୍ୱରୀ ଦେବୀ ଅସ୍ଥା ଓ ବିଶ୍ୱାସର ଦେବୀ। ଏହି ମନ୍ଦିର ଟି ପାଟଣା ଶାସନ ସମୟରେ ୧୯୧୫ ମସିହାରେ ମହାରାଜ ପୃଥ୍ୱୀରାଜ ସିଂହଦେଓ ନିଜର ଗଚ୍ଛିତ ଧନରେ ନିର୍ମାଣ କରିଥିଲେ। ଏହି ମନ୍ଦିର ଏବେ ପ୍ରାୟ ୧୧୦ ବର୍ଷ ପ୍ରଦର୍ପଣ କରିଛି। ଗତ କିଛି ବର୍ଷ ତଳେ ୨୧.୧୦.୨୦୨୧ ଦିନ ମନ୍ଦିର ଭୁଷୁଡି ପଡିଥିଲା। ଏ ନେଇ ଭକ୍ତ ଓ ବୁଦ୍ଧିଜିବି ଏବଂ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ କରିଥିଲେ। ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ଜାନୁୟାରୀ ମାସ ୨୦୨୩ ରେ ଶିଳାନ୍ୟାସ କରିଥିଲେ। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଦେବୋତର ବିଭାଗ ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର ପାଇଁ ଡିପିଆର ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ ହୋଇଥିଲା । ତତ୍ ସଙ୍ଗେ ଜାଗା ଚିହ୍ନଟ ଓ ଡିଜାଇନ ପ୍ରସ୍ତୁତ ହୋଇଥିଲା। ଏହା ବଲାଙ୍ଗିର ଜନସାଧାରଣଙ୍କ ମନରେ ଖୁସିର ଲହର ଖେଳି ଯାଇଥିଲା। କିଛି ଦିନ ତଳେ ସ୍ଥାନୀୟ ବିଧାୟକ ସମୀକ୍ଷା ଓ ପରିଦର୍ଶନ କରିଥିଲେ। ବିଭିନ୍ନ ସମୟରେ ବର୍ଷା ପାଣି ମନ୍ଦିରକୁ ପ୍ରବେଶ କରୁଥିବାରୁ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବାରୁ ଘନ ଘନ ସମୀକ୍ଷା ବୈଠକ ହେଉଥିଲା। କିନ୍ତୁ ଏବେ ବି କାର୍ଯ୍ୟ ଅଧପନ୍ତରିଆ ହୋଇ ମନ୍ଥରଗତିରେ କାମ ଚାଲିଛି। ୩କୋଟି ୭୫ଲକ୍ଷ ଟଙ୍କା ଉନ୍ନତିକରଣ ପାଇଁ ଆସିଥିବା ତେବେ ମନ୍ଦିର ଭୂଷୁଡିବା ୫ ବର୍ଷ ବିତିଗଲା ଅଧାରେ ଅଟକି ରହିଛି ମାଁ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ। ଏ ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ମନ୍ଦିର ଉନ୍ନତି କାର୍ର୍ଯ୍ୟକ୍ରମ ଶିଘ୍ର କାର୍ଯ୍ୟ ତୁଳାଇବା ସହ ଅଧିକ ଅର୍ଥ ଅନୁଦାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିରେ କମିଟିର ଉପଦେଷ୍ଟା ସୁରେନ୍ଦ୍ର ନେଗୀ, ପ୍ରକାଶ କୁମାର ବରାଇ, ବରୁଣ ବାଗ ଓ ଉପ-ସଭାପତି ପ୍ରଶାନ୍ତ ମହାକୁର ଓ ରିଂଟୁ ସାହୁ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande