ଦେଶୀ ମଦ ଓ ମହୁଲ ପୋଚ ଜବତ,୨ ଗିରଫ
ଦେଶୀ ମଦ ଓ ମହୁଲ ପୋଚ ଜବତ,୨ ଗିରଫ
Desi Mada O Mahula Poch Jabat


Desi Mada O Mahula Poch Jabat


ଦେଶୀ ମଦ ଓ ମହୁଲ ପୋଚ ଜବତ,୨ ଗିରଫ

ବାରିପଦା, 18 ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣର ମଦ ଓ ପୋଚ ଜବତ କରାଯାଇଛି। ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ବାରିପଦା ଅବକାରୀ ଉପ-ଅଧିକ୍ଷକ ତପସ୍ୱିନୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ନିରୀକ୍ଷକ ସଞ୍ଜୟ କୁମାର କାଣ୍ଡି ଏବଂ ବାରିପଦା ସଦର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ନେତୃତ୍ୱରେ ଚଢ଼ାଉ ହୋଇଛି। ପୋଲିସ ଏ.ପି.ଆର ଷ୍ଟାଫ୍ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆ ଓ ପୋଡ଼ାଅସ୍ତିଆ ଏବଂ କୁଳିଅଣା ଥାନା ଅନ୍ତର୍ଗତ ଝିନେଇ ଗ୍ରାମରେ ଚଢ଼ାଉ କରାଯାଇଥିଲା। ୯୦୩ ଲିଟର ଦେଶୀ ରନ୍ଧା ମଦ ଓ ୧୦,୧୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି। ପୋଡ଼ାଅସ୍ତିଆ ଗ୍ରାମର ପୂଜା ସିଂ ଓ ଝୁନି ସିଂ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୬ ଲକ୍ଷ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ପ୍ରହଲ୍ଲାଦ ବିଶ୍ୱାଳ, ଜି.କାମେଶ୍ୱର ଓ ଶମ୍ଭୁନାଥ ପାତ୍ର, କନେଷ୍ଟବଳ ରଜନୀକାନ୍ତ ବେହେରା, ଅମ୍ବିକା ପ୍ରସାଦ ନାୟକ, ରଞ୍ଜିତ ଷଡ଼ଙ୍ଗୀ, ଦେବରାଜ ସାହୁ, ସମୀର ରଞ୍ଜନ ଜେନା, ସବିତା ମହନ୍ତ, ଲିଜା ପ୍ରଧାନ, ପ୍ରଭାତୀ ମଲ୍ଲ ପ୍ରଭୃତି ସାମିଲ ଥିଲେ। ଏନେଇ ବାରିପଦା ସଦର ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ପୃଥକ ମାମଲା ରୁଜ୍ଜୁ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande