ବଲାଙ୍ଗୀର, ୧୮ ଅକ୍ଟୋବର(ହି.ସ.) – ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଆଲୋକ ପର୍ବ ଦୀପାବଳୀ ଅବସରରେ ଦୀପାବଳି ଷ୍ଟଲଟି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ଓ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସଙ୍କ ସହଯୋଗରେ ଉଦ୍ଘାଟିତ ହୋଇଯାଇଛି। ପୁଇନ୍ତଳା ବ୍ଲକ ମଳମୁଣ୍ଡ। ଟେରାକୋଟା ଉତ୍ପାଦକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଷ୍ଟଲ ଖୋଲା ଯାଇଛି। ଟେରାକୋଟା ଏସ ଏଚ ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତି ଦୀପ ଏବଂ ଅନ୍ୟ ଦୀପାବଳି ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଏହି ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲଟି ଆସନ୍ତା ଅକ୍ଟୋବର ୨୧ ପର୍ଯ୍ୟନ୍ତ ଖୋଲା ରହିବ। ଜନସାଧାରଣ ବହୁ ମାତ୍ରା ଆସି ଏହି ଷ୍ଟଲର ଟେରାକୋଟା ପ୍ରସ୍ତୁତି ସାମଗ୍ରୀ କିଣି କାରିଗରମାନଙ୍କ ଆର୍ôଥକ ବିକାଶରେ ସହାୟକ ହେବ। ଏହି ଅବସରରେ ଓରମାସ ଓ ଡିଆରଡିଏର ମଳୟ ସାହାଣୀ, ଶୁକଦେବ ଦାଶ, ଗୌର ରଣା, ରାଜେନ୍ଦ୍ର ତ୍ରିପାଠୀ, ମକାରୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ