ଝିଅ ମୃତ୍ୟୁକୁ ଚାପି ଦେବାକୁ ପରିବାର ଲୋକଙ୍କ ଉଦ୍ୟମ : ଶବ ଜବତ କଲା ପୋଲିସ
ଧର୍ମଶାଳା, ୧୮ ଅକ୍ଟୋବର (ହି.ସ.)- ବେକରେ ରଶି ଲଗାଇ ଯୁବତୀଙ୍କ ମୃତ୍ୟୁ । ତେବେ ଘଟଣାକୁ ଚପାଇ ଦେବାକୁ ପରିବାର ଲୋକେ କରିଥିବା ଚକ୍ରାନ୍ତ ଧରା ପଡିଲା । ଏଭଳି ଘଟଣା ଘଟିଛି ଶୁକ୍ରବାର ରାତିରେ । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ବାଲିହୁଡା ଗ୍ରାମ ଗା
ଝିଅ ମୃତ୍ୟୁକୁ ଚାପି ଦେବାକୁ ପରିବାର ଲୋକଙ୍କ ଉଦ୍ୟମ : ଶବ ଜବତ କଲା ପୋଲିସ


ଧର୍ମଶାଳା, ୧୮ ଅକ୍ଟୋବର (ହି.ସ.)- ବେକରେ ରଶି ଲଗାଇ ଯୁବତୀଙ୍କ ମୃତ୍ୟୁ । ତେବେ ଘଟଣାକୁ ଚପାଇ ଦେବାକୁ ପରିବାର ଲୋକେ କରିଥିବା ଚକ୍ରାନ୍ତ ଧରା ପଡିଲା । ଏଭଳି ଘଟଣା ଘଟିଛି ଶୁକ୍ରବାର ରାତିରେ । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ବାଲିହୁଡା ଗ୍ରାମ ଗାଁ ଦାଣ୍ଡରେ ବିଭିନ୍ନ କଥା ଶୁଣିବାକୁ ମିଳିଲା । ସବୁଠି ଟୁପରଟାପୁର । ପରିବାର ଲୋକେ କେହି କିଛି ନ ଜାଣିଲା ପରି ଏକ ଗାଡି କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ଯୁବତୀଙ୍କୁ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ଶବକୁ ନେଇ ପଳାଇବାକୁ ଉଦ୍ୟମ କରି ପୋଲିସ ହାବୁଡରେ ପଡି ଯାଇଥିଲେ । ଯାହାକି ମେଡିକାଲରେ କିଛି ସମୟ ପାଇଁ ଉତେଜନା ଲାଗି ରହିଥିଲା । ତେବେ ମୃତ ଯୁବତୀ ଜଣକ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବାଲିହୁଡା ଗ୍ରାମର ଧିରବନ୍ଧୁ ସାହୁଙ୍କ ୧୮ ବର୍ଷୀୟ ଝିଅ ମାନସୀ ବୋଲି ଜଣାପଡିଛି । ବ୍ରହ୍ମବରଦା ପୋଲିସ ମେଡିକାଲରେ ପଂହଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିବା ଜଣାପଡିଛି । ତେବେ ଯୁବତୀ ଜଣକ କାହିଁକି କେଉଁ ପରିସ୍ଥିତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ତାହାକୁ ନେଇ ଅଂଚଳରେ ଅନେକ କଣା ଶୁଣିବାକୁ ମିଳୁଛି । ତେବେ ମେଡିକାଲରେ କାହିଁକି ତରତରିଆ ଭାବେ ପରିବାର ଲୋକେ ଶବ ନେଇ ଆସିବା ପାଇଁ ଉଦ୍ୟମ କରିଥିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande