ଗାନ୍ଧୀ ମାର୍କେଟରେ ଥିବା ଅସୁରକ୍ଷିତ ଦୋକାନ ଘର ଭଙ୍ଗାଗଲା
କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - କେନ୍ଦୁଝରଗତ ପୌରପାଳିକା ମାର୍କେଟରେ ଅଧୂନରେ ଥିବା ଗାନ୍ଧୀ ମାର୍କେଟରେ ଥିବା ଘର ପରିତ୍ୟକ୍ତ ଅବସ୍ଥାରେ ଏବଂ ଅସୁରକ୍ଷିତ ଘର ବର୍ତମାନ ବିପଦସଂକୁଳ ଅବସ୍ଥାରେ ପଡି ରହିବା ସହ ଏହା ଯେ କୌଣସି ସମୟରେ ଭାଙ୍ଗି ପଡିବାର ସମ୍ଭାବନା ଥିଲା। ତେଣୁ ଆଜି କେନ୍ଦୁଝରଗଡ ପୌରପା
ଗାନ୍ଧୀ ମାର୍କେଟରେ ଥିବା ଅସୁରକ୍ଷିତ ଦୋକାନ ଘର ଭଙ୍ଗାଗଲା


କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - କେନ୍ଦୁଝରଗତ ପୌରପାଳିକା ମାର୍କେଟରେ ଅଧୂନରେ ଥିବା ଗାନ୍ଧୀ ମାର୍କେଟରେ ଥିବା ଘର ପରିତ୍ୟକ୍ତ ଅବସ୍ଥାରେ ଏବଂ ଅସୁରକ୍ଷିତ ଘର ବର୍ତମାନ ବିପଦସଂକୁଳ ଅବସ୍ଥାରେ ପଡି ରହିବା ସହ ଏହା ଯେ କୌଣସି ସମୟରେ ଭାଙ୍ଗି ପଡିବାର ସମ୍ଭାବନା ଥିଲା। ତେଣୁ ଆଜି କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଅନେକ ଘର ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଥିବାବେଳେ ବାକି ଘର ଗୁଡିକୁ ୩ ଦିନ ଦିନ ମଧ୍ୟରେ ଭଙ୍ଗା ଯିବ ବୋଲି କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧୂକାରୀ ଲଲିତ କୁମାର ନାୟକ କହିଛନ୍ତି । ପୂର୍ବରୁ ପୂର୍ତ ବିଭାଗ ପକ୍ଷରୁ ଏହି ଦୋକାନ ଘରକୁ ନୋଟିସ ସଂଖ୍ୟା ୫୭୯ ତା ୦୩.୦୨.୨୦୧୬ରେ ବିପଦସଙ୍କୁଳ ଘୋଷଣା କରାଯାଇଛି। ବିପଦ ସଙ୍କୁଳ ଘୋଷଣା ପରେ ୯ବର୍ଷରୁ ଉର୍ଦ୍ଧ ସମୟ ଧରି ଦୋକାନ ଘର ଗୁଡିକ ଚାଲିଛି । ଏପରକି ଘରଗୁଡିକୁ ନ ଭାଙ୍ଗି ଦୀର୍ଘ ବର୍ଷ ହେବ ଅସୁରକ୍ଷିତ ତ ଭାବେ ଚାଲୁଥୁଲା। ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଘରଗୁଡିକୁ ଭାଙ୍ଗି ନୂତନ ଘର କରାଯିବ । ବର୍ତମାନ ଏହି ସ୍ଥାନରେ ୫୦ଜଣ କୁକୁଡା,ଖାସି ଏବଂ ମାଛ ଦୋକାନୀଙ୍କ ସମେତ ମୋଟ ୧୦୦ଜଣ ବ୍ୟବସାୟ କରୁଛନ୍ତି। ବର୍ତମାନ ଏହି ମାର୍କେଟ କମ୍ପ୍ଲକ୍ଟକୁ ତୁରନ୍ତି ଭଙ୍ଗାଯାଇ ଆବଶ୍ୟକୀୟ ଭାବରେ ଭାବ ଅତ୍ୟାଧୁନିକ ଶୈଳୀରେ ମଲ୍ ନିର୍ମାଣ ସହିତ ଏହାର ପରି ପରିବେଶ ପ୍ରତି ଦୃଷ୍ଟି ଦିଆଯିବ। ନଦେଲେ ଆଗାମୀ ଦିନରେ ଯେ କୌଣସି ଦୂର୍ଘଟଣାକୁ ଏଡାଇ ହେବ ନାହିଁ ବୋଲି ମତପୋଷଣ ହୋଇଛି। ଗାନ୍ଧା ମାର୍କେଟ କଂପ୍ଲେକ୍ସରେ ମାଛ ମାଛ ମାଂସ ମାର୍କେଟ ଅତି ଅସ୍ୱାସ୍ଥ୍ୟକର ପୂତିଗନ୍ଧମୟ ପରିବେଶ ମଧ୍ୟରେ ମାର୍କେଟ ରହିଥିବାରୁ ଏହା ମଧ୍ୟକୁ ସାଧାରଣ ଲୋକେ ଯିବାକୁ ନାକ ଟେକୁଛନ୍ତି । ଅପରପକ୍ଷରେ ଏହି ଏହା ଡେଙ୍ଗୁ ଓ ମ୍ୟାଲେରିଆ ମଶାଙ୍କ ପାଇଁ ଏକ ନିରାପଦ ସ୍ଥୁଳ ହୋଇଥିବାବେଳେ ପୌରପାଳିକା ଏଠାରୁ ରାଜସ୍ୱ ପାଇପାରୁନାହିଁ। ୧୯୮୫ ମସିହାରେ ଏକ ପୋଖରୀକୁ ପୋତାଯାଇ ତା' ଉପରେ ପ୍ରାୟ ୨ଏକର ମୂଲ୍ୟବାନ ଜମି ଉପରେ ଏହି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହୋଇଥିଲା ।ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ସାଧାରଣ ଲୋକଙ୍କ କାମରେ ଲାଗି ପାରୁନାହିଁ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande