ଇନ୍ଦ୍ରଗୋବିନ୍ଦ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଇନ୍ଦ୍ରମଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଇନ୍ଦ୍ରଗୋବିନ୍ଦ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ସଭାପତିତ୍ୱ ରେ ଧାମନଗର ବ୍ଲକ ର ଅତିରିକ୍ତ ଗ
INDRAGOBINDA SADHAN KENDRA SURABHI


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଇନ୍ଦ୍ରମଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଇନ୍ଦ୍ରଗୋବିନ୍ଦ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ସଭାପତିତ୍ୱ ରେ ଧାମନଗର ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟସୁନ୍ଦର ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦ୍ଧଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡ଼ା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ, ବିଶିଷ୍ଠ ଅତିଥି ଭାବେ ଇନ୍ଦ୍ରଗୋବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଖଗେଶ୍ୱର ଜେନା ଯୋଗଦେଇଥିଲେ। ସହକାରୀ ଶିକ୍ଷକ ଭାବଗ୍ରାହୀ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସିଆରସିସି ଦେବେନ୍ଦ୍ର କୁମାର କବି କାର୍ଯ୍ୟକ୍ରମ ର ଉଦ୍ୟସ ଜ୍ଞାପନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ କସ୍ତୁରୀ ବିଶ୍ୱାଳ, ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼, ପୂର୍ବତନ ସିଆରସିସି ପ୍ରଶାନ୍ତ କୁମାର ବେହେରା, ପ୍ରଧାନ ଶିକ୍ଷକ ଗୋବିନ୍ଦ ମାଝୀ, ପ୍ରେମାନନ୍ଦ ଜେନା, ଶିକ୍ଷାବିତ ରମେଶ ଦତ, ସହକାରୀ ଶିକ୍ଷକ ମୁକେଶ ସେନାପତି, ସନାତନ ମୁର୍ମୁ, ସୁଧାଂଶୁ ଶେଖର ଜେନା, ରଞ୍ଜନ ସେଠି, କମଳାକାନ୍ତ ସେଠି ଯୋଗଦେଇ ସୁରଭୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ର ପ୍ରତିଭା କୁ ବିକଶିତ କରିବାର ଏକ ମାଧ୍ୟମ ବୋଲି କହି ଥିଲେ। ଏହି ପରିପେକ୍ଷୀରେ କ୍ଲଷ୍ଟର ର ୧୨ ଟି ବିଦ୍ୟାଳୟରୁ ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ସଂଗୀତ, ଚିତ୍ରାଙ୍କନ, ନାଚ, ଗଣିତ ଦୌଡ଼, କୁଇଜ, ହସ୍ତାକ୍ଷର ପ୍ରତିଯୋଗିତା କରାଯାଇଥିଲା ଓ ବିଚାରପତି ଭାବେ ଶିକ୍ଷୟତ୍ରୀ ସୁମିତ୍ରା ମିସ୍ତ୍ରୀ, ଜୟନ୍ତୀ ଦାଶ, ଲଷ୍ମୀପ୍ରିୟା ଦତ, ସବିତା ସାହୁ,ସାଗରିକା ସ୍ୱାଇଁ, ମମତା ଦାଶ, ବିଜୟା ଲଷ୍ମୀ ଦାଶ, ପ୍ରତିମା କବାଟ, ଅରୁନ୍ଧତି ହୋତା,କଳା ଶିକ୍ଷକ ବିପିନି ବସନ୍ତିଆ, ଅରବିନ୍ଦ ବିଶ୍ୱାଳ,ସାହା ମୁମତାଜ଼ ପରିଚାଳନା କରିଥିଲେ ଏବଂ ଏଥିରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଓ ଶିକ୍ଷକ ଚିତ ରଞ୍ଜନ ସେଠି, କାଳନ୍ଦୀ ଜେନା, କୃଷ୍ଣ ଚନ୍ଦ୍ର ବେହେରା, ରମେଶ ଗାହଣ, ସୂର୍ଯ୍ୟ ଶୁଭେନ୍ଦୁ ମହାପାତ୍ର,, ତିଲୋତମା ବାରିକ, ମଧୁସ୍ମିତା ରାଉତ ସହଯୋଗ କରିଥିଲେ ଓ ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମୁକେଶ ସେନାପତି ଧନ୍ୟବାଦ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande