ବାରିପଦା, ୧୮ ଅକ୍ଟୋବର (ହି.ସ.)- ଦୀପାବଳି ପୂର୍ବରୁ ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ବେଆଇନ ବାଣ ବ୍ୟବସାୟୀମାନଙ୍କ ଉପରେ ଚଢ଼ଉ କରି ବାଣ ଜବତ କରିଥିବାର ସୂଚନା ମିଳିଛି । ଏହା ସହିତ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ପାଲବଣି ଅଞ୍ଚଳର ବିବେକାନନ୍ଦ ଜେନା (୩୫)।
ପୁଲିସ ପେଟ୍ରୋଲିଂ ଜାରି ଥିବା ବେଳେ ବେଆଇନ ଭାବେ ବାଣ ବିକ୍ରି କରୁଥିବାର ସୂଚନା ମିଳିଥିଲା। ଯାହାକୁ ନେଇ ପାଲବଣି ସ୍ଥିତ ଦୋକାନରେ ପୁଲିସ ଚଢ଼ାଉ କରିଥିଲେ। କୌଣସି ଅନୁମତି ପତ୍ର ନଥାଇ ବାଣ ବିକ୍ରି କରୁଥିବାର ଜଣାପଡିଥିଲା। ତାହାକୁ ନେଇ ପୁଲିସ ପକ୍ଷରୁ ଦୋକାନର ବାଣ ଜବତ କରି ବାରିପଦା ଟାଉନ ଥାନାରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ