କେନ୍ଦୁଝର, 18 ଅକ୍ଟୋବର (ହି.ସ.)ଦୀପାବଳି ଅବସରରେ ସରକାରୀ ଛୁଟି ଘୋଷଣା ପରେ ୨୦ ଅକ୍ଟୋବର, ୨୦୨୫ (ସୋମବାର)ରେ ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ସାଧାରଣ ଅଭିଯୋଗ ଶୁଣାଣି ସ୍ଥଗିତ ରଖାଯାଇଛି।ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ସରକାରୀ କାର୍ଯ୍ୟାଳୟ ଅକ୍ଟୋବର ୨୦ ତାରିଖରେ ବନ୍ଦ ରହିବ।
ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ନିର୍ଦ୍ଧାରିତ ସମୟରେ ସୂଚିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA