ଘଟଗାଁ, ୧୮ ଅକ୍ଟୋବର(ହି.ସ.) – ଘସିପୁରା ବ୍ଲକ ଗଡ଼ ବାନ୍ଧ ଗୋଡ଼ାର ଉପର ସାହିରେ ରହୁଥିବା ସାହି ବାସିନ୍ଦା ପାନୀୟ ଜଳ ପାଇବାରୁ ବଂଚିତ ରହିଥିବାରୁ ପାଣି ପମ୍ପ ହାଉସରେ ତାଲା ମାରି ବିରୋଧ କରିଥିବା ଜଣାପଡିଛି ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଘସିପୁରା ବିଡ଼ିଓ ବିନିତା ବିଜୟିନୀଙ୍କ ଦୃଷ୍ଟି କରିବା ପରେ ଖୁବଶୀଘ୍ର ସମାଧାନ ହେବ ବୋଲି ମିଳିଥିଲା। ତେବେ ତାହା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ଫଳରେ ପିଇବା ପାଣିରୁ ବଂଚିତ ହେଉଥିବା ଅନେକ ପରିବାର ପମ୍ପ ହାଉସରେ ତାଲା ମାରି ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଗ୍ରାମରେ ଯେତିକି ଷ୍ଟାଣ୍ଡ ପୋଷ୍ଟ ରହିବା କଥା ତା’ ଠାରୁ ଅଧିକ ଷ୍ଟାଣ୍ଡ ପୋଷ୍ଟ କିଛି ଧନୀ ଶ୍ରେଣୀୟ ବ୍ୟକ୍ତି ନିଜସ୍ୱ ଭାବେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରି ମୋଟର ଲଗାଇ ନିଜ ଘରକୁ ପାଣି ନେଇ ଯାଉଛନ୍ତି ଫଳରେ ଗ୍ରାମର ଉପର ମୁଣ୍ଡକୁ ପାଣି ଯାଉ ନାହିଁ ତେଣୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ