ଧର୍ମଶାଳା, ୧୮ ଅକ୍ଟୋବର (ହି.ସ.)- ଓଡିଶା ସରକାରଙ୍କ ପୂର୍ତ ବିଭାଗ ପକ୍ଷରୁ ଯାଜପୁର ଜିଲା ବରୀ ହାଟ ଓ ଧାନମଣ୍ଡି ସଂଗହ ଗୃହର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ବରୀ ବିଧାୟକ ବିଶ୍ଵ ରଂଜନ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକଙ୍କୁ ବରୀ ବଜାରରୁ ସ୍ୱାଗତ କରାଯାଇଥିଲା । ପରେ ଏକ ବିଶାଳ ପଟୁଆରରେ ନେଉଳା ଠାରେ ନିର୍ମାଣ ହେବାକୁ ଥିବା ହାଟ ସ୍ଥଳରେ ପଂହଚି ଥିଲେ । ସେଠାରେ ୧ କୋଟି ୬ ଲକ୍ଷ ୮୪୦ ଟଙ୍କା ବ୍ୟୟରେ ବରୀ ହାଟ ନିମନ୍ତେ ଭିତିପ୍ରସ୍ତରକୁ ଶୁଭ ଦେଇଥିଲେ । ପରେ ସେଠାରେ ଏକ ପଦଯାତ୍ରାରେ ବାହାରି ରମ୍ପା ପଂଚାୟତ ସ୍ଥିତ ପଘିରା ଠାରେ ପଂହଚି ଥିଲେ । ସେଠାରେ ଧାନମଣ୍ଡି ସଂଗ୍ରହ ଗୃହ ନିର୍ମାଣ ନିମନ୍ତେ ୬୬ ଲକ୍ଷ ୫୭ ହଜାର ୮୯୧ ଟଙ୍କାର ଭିତିପ୍ରସ୍ତରକୁ ବିଧାୟକ ଶୁଭ ଦେଇଥିଲେ । ଏହି ଦୁଇଟି ପ୍ରକଳ୍ପ ବରୀ ପାଇଁ ଗୁରୁତ୍ୱପୂର୍ଣ୍ଡ ବୋଲି ବିଧାୟକ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ଜିଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବ୍ଲକ ସଭାପତି କେଦାର ସାମଲଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଓ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ