ସରକାରୀ ମହିଳା ମହାବିଦ୍ୟାଳୟରେ ଏକଦିବସୀୟ ମାନସିକ ସ୍ଵାସ୍ଥ୍ୟ ସଚେତନତା କର୍ମଶାଳା
ଜୟପୁର, ୧୮ ଅକ୍ଟୋବର (ହି.ସ.)-ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁରଠାରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ମିଳିତ ଆନୁକୁଲ୍ୟରେ ଏକଦିବସୀୟ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଭାଟିକୁ ଯୁକ୍ତ ୨ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର
ସରକାରୀ ମହିଳା ମହାବିଦ୍ୟାଳୟରେ ଏକଦିବସୀୟ ମାନସିକ ସ୍ଵାସ୍ଥ୍ୟ ସଚେତନତା କର୍ମଶାଳା


ଜୟପୁର, ୧୮ ଅକ୍ଟୋବର (ହି.ସ.)-ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁରଠାରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ମିଳିତ ଆନୁକୁଲ୍ୟରେ ଏକଦିବସୀୟ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଭାଟିକୁ ଯୁକ୍ତ ୨ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର, ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନିତା କୁମାରୀ ପ୍ରଧାନ ଏବଂ ଯୁବ ରେଡକ୍ରସ୍ ଅଧିକାରୀ ଡ. ଉପାନନ୍ଦ ପାଣିଙ୍କ ତତ୍ତ୍ଵାବଧାନରେ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟିକୁ ଉଦଘାଟନ ପୂର୍ବକ ଡ. ବିବେକାନନ୍ଦ ସୁନା ସାମ୍ପ୍ରତିକ ସମାଜରେ ମାନସିକ ସ୍ଵାସ୍ଥ୍ୟ ର ଉଦ୍ଦେଶ୍ୟ, ଆବଶ୍ୟକତା ଏବଂ ଯୁବପିଢୀଙ୍କ ମଧ୍ୟରେ କିପରି ମାନସିକ ଭାରସାମ୍ୟ ସନ୍ତୁଳନ ଆଦି ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଡ. ଭାସ୍କର ନାଥ ବିଶ୍ଵାଳ (ପୁର୍ବତନ ଅଧ୍ୟକ୍ଷ , ନବରଙ୍ଗପୁର ମହାବିଦ୍ୟାଳୟ) ନିଜ ଅଭିଭାଷଣରେ ଛାତ୍ରୀମାନଙ୍କୁ ସ୍ଵାସ୍ଥ୍ୟ ର ଉପଯୋଗିତା, ପ୍ରକାରଭେଦ, ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ବ, ଲକ୍ଷଣ, ଜାଗତିକ ସମାଜରେ କୈଶୋର ଅବସ୍ଥାରେ ବଢୁଥିବା ମାନସିକ ଦୁରାବସ୍ଥା , ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ , ଜାତୀୟ କ୍ରାଇମ୍ ବ୍ୟୁରୋ ପକ୍ଷରୁ ପ୍ରକାଶିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦିର ଉଦାହରଣ ଦର୍ଶାଇ ଭାରତରେ ଦ୍ରୁତ ଗତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ଏବଂ ଏହାର ପ୍ରତିକାର କିପରି ହୋଇପାରିବ ଉପରେ ଗଭୀର ଆଲୋଚନା କରିଥିଲେ। ଆଲୋଚନାଚକ୍ରଟିକୁ ଯୁବ ରେଡ଼କ୍ରସ୍ ଅଧିକାରୀ ଡ଼. ଉପାନନ୍ଦ ପାଣି ସୂଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ଶ୍ରୀମତୀ ସୁନିତା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସମେତ ବହୁ ସଂଖ୍ୟାରେ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande