ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା; ଭକ୍ତ ଦାସ
ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଭୁବନେଶ୍ୱର, ୧୮ ଅକ୍ଟୋବର (ହି.ସ.) - ଆସନ୍ତା ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଚାରକୁ ଜୋରଦାର କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ପାର୍ôଥ ଘାସିରାମ ମାଝି ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ନୂଆପଡ଼ାର ଖୁଣ୍ଟିଆ ଭବ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା; ଭକ୍ତ ଦାସ


ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି

ଭୁବନେଶ୍ୱର, ୧୮ ଅକ୍ଟୋବର (ହି.ସ.) - ଆସନ୍ତା ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଚାରକୁ ଜୋରଦାର କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ପାର୍ôଥ ଘାସିରାମ ମାଝି ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଥିଲେ କି ଓଡ଼ିଶା ରାଜ୍ୟ ଆଗାମୀ ଦିନରେ ଗାନ୍ଧୀ ପଥେ ଚାଲିବ। ଆମ ଦଳ କ୍ଷମତାକୁ ଆସିଲେ ଆମେ ପଞ୍ଚସୂତ୍ରୀ ନ୍ୟାୟ ବ୍ୟବସ୍ଥା କରିବୁ। ନାରୀ, ବେକାରୀ, ଚାଷୀ, ଶ୍ରମିକ ଏବଂ ପଛୁଆ ବର୍ଗଙ୍କ ପାଇଁ ନ୍ୟାୟ ପାଇଁ ଲଢେଇ କରିବୁ।

ନୂଆପଡ଼ାକୁ ଜିଲ୍ଲା ଘୋଷଣାର ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ସଦର ମହକୁମା ନୂଆପଡ଼ା ଏନଏସିରୁ ପୌର ପରିଷଦକୁ ପରିବର୍ତ୍ତିତ ହୋଇପାରିଲା ନାହିଁ। ସାମାନ୍ୟ ବର୍ଷା ହେଲେ ନାଳ, ନର୍ଦ୍ଦମା, ଘର ଏବଂ ରାସ୍ତା ଘାଟ ସବୁ ଏକାକାର ହୋଇଯାଇଛି। ଅନ୍ୟାନ୍ୟ ଭିତ୍ତିଭୂମିର ଘୋର ଅଭାବ ରହିଛି। ଯଦି ସଦର ମହକୁମାର ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳ ଅବସ୍ଥା କଣ ନ ଥିବ, ଅନୁମାନ କରାଯାଇପାରେ। ବଜେଟରେ କୌଣସି ଯୋଜନାର ବ୍ୟବସ୍ଥା ନ ଥିବା ସତ୍ତ୍ୱେ କେବଳ ନିର୍ବାଚନକୁ ଆଖି ଆଗରେ ରଖି କୋମନାକୁ ଏନଏସି ଏବଂ ଖରିଆର ରୋଡର ଏନଏସିକୁ ପୌର ପରିଷଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଠକାମୀ। ୟୁପିଏ ସରକାର ସମୟରେ ଏବଂ ମୋ ଚେଷ୍ଟାରେ ନୂଆପଡ଼ା ପାଇଁ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନୁମୋଦନ କରାଯାଇଥିଲା। କିନ୍ତୁ ଦୁଃଖର କଥା, ଏଠାରେ ୫୦ % ଡାକ୍ତର ନାହାନ୍ତି। ଆମ ସ୍ୱପ୍ନ ଥିଲା ମେଡିକାଲ କଲେଜ୍ ପ୍ରତିଷ୍ଠା ହେଉ ଏବଂ ଏଠାକାର ପିଲା ଡାକ୍ତରୀ ଏବଂ ନର୍ସିଂ ପାଠପଢ଼ନ୍ତୁ ଏବଂ ସାଧାରଣ ଜନତାଙ୍କ ଉତ୍ତମ ଚିକିତ୍ସା ଲାଭ କରନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କ ଦ୍ୱିତୀୟ ଗସ୍ତରେ ନୂଆପଡ଼ାର ଏକ ମେଡିକାଲ କଲେଜ୍ ଖୋଲାଯିବାର ଘୋଷଣା କରିଥିଲେ। କିନ୍ତୁ ଏ ପଯ୍ୟନ୍ତ କୌଣସି କାମ ଆଗେଇ ନାହିଁ। ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତିର ଭଣ୍ଡାର ଖୋଲିଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆପଡ଼ା ଜିଲ୍ଲାରେ ଆଦିବାସୀ ସଂପ୍ରଦାୟଙ୍କ ସଂଖ୍ୟା ଶତକଡା ୪୦ରୁ ଉର୍ଦ୍ଧ୍ୱ। କିନ୍ତୁ ଆଇଡିଏ ପଇସା ଆଜି ପର୍ଯ୍ୟନ୍ତ ପାଇପାରିଲା ନାହିଁ। ଆମ ପ୍ରାର୍ଥୀ ଜିତିଲେ ସେ ଆଦିବାସୀଙ୍କ ପାଇଁ ବିଧାନସଭାରେ ଲଢେଇ କରିବେ ଏବଂ କଂଗ୍ରେସ ରାଜରାସ୍ତାରେ ଲଢେଇ କରିବ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମିଛୁଆ ବିଜେଡି-ବିଜେପିକୁ ସମାଲୋଚନା କରି କହିଲେ, ପ୍ରତାରଣା ଛାଡ଼ି ଉଭୟ ଦଳ ଉପନିର୍ବାଚନକୁ ବିକାଶର ବିତର୍କସ୍ଥଳୀ କରିବା ପାଇଁ ଆଗେଇଆସନ୍ତୁ। କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ। ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ନୂଆପଡ଼ାର ଐତିହାସିକ ପୃଷ୍ଠଭୂମି ବିଷୟରେ ସୂଚନା ଦେବାସହ ଏକଦା ପ୍ରାଚୁର୍ଯ୍ୟର ସମ୍ଭାବନା ସୃଷ୍ଟି କରିଥିବା ନୂଆପଡ଼ା ଆଜି ଦାଦନ ପାଇଁ ଅପଖ୍ୟାତି ଲଭିବା ପରିତାପର ବିଷୟ ବୋଲି କହିଥିଲେ। ୨୪ ବର୍ଷର ଶାସନ ପରେ ବିଜେଡି ପ୍ରତ୍ୟାଖ୍ୟାତ ହେଲା, ମାତ୍ର ଦେଡ଼ ବର୍ଷରେ ବିଜେପି ପ୍ରତାରଣର ପ୍ରତୀକ ପାଲଟିଲାଣି। ତେଣୁ କଂଗ୍ରେସର ବଢ଼ୁଥିବା ଜନାଧାରରେ ବ୍ୟତିବ୍ୟସ୍ତ ହୋଇ ଉଭୟ ଦଳ ବିଜେପି-ବିଜେଡି ମିଳିମିଶି ନିର୍ବାଚନ ଲଡ଼ୁଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀଙ୍କର ତୁଳନା ନ ଥିବାରୁ ତାଙ୍କ ବିଜୟ ଅବଶ୍ୟମ୍ଭାବୀ ବୋଲି ଶ୍ରୀ ହରିଚନ୍ଦନ ମତ ଦେଇଥିଲେ।

ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କ ଗହଣରେ ଯାଇ ପ୍ରାର୍ଥୀ ଶ୍ରୀ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶେଷରେ ସାଈ କଲେଜ ପରିସରରେ ଆୟୋଜିତ କର୍ମୀ ସମ୍ମିଳନୀକୁ ଦଳୀୟ ନେତୃବୃନ୍ଦ ସମ୍ବୋଧନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande