ବଲାଙ୍ଗିର, ୧୮ ଅକ୍ଟୋବର (ହି.ସ.)- ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ପୌରାଞ୍ଚଳ ର ୱାର୍ଡ ନମ୍ବର ୬,୭,୮ ଅନ୍ତର୍ଗତ ଚିମିନିଭାଟି ଠାରୁ ବ୍ରାହ୍ମଣ ପଡ଼ା ପର୍ଯ୍ଯନ୍ତ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜନସମ୍ପର୍କ ପଦଯାତ୍ରା ଅଭିଯାନ ହୋଇଥିଲା । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧକ୍ଷା ଗାୟତ୍ରୀ ଭୋଇଙ୍କ ସହ ବରିଷ୍ଠ ବିଜେଡ଼ି ନଗର ସଭାପତି ତଥା ବରିଷ୍ଠ କାଉନସିଲର ସମ୍ଭୁ ନାଗଙ୍କ ନେତୃତ୍ଵରେ ଏହି ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଦଳର ବରିଷ୍ଠ ନେତୃବୃନ୍ଦ ବିଗତ ନବୀନ ସରକାର ଜନହିତକର କାର୍ଯ୍ଯ ଯୋଜନାକୁ ଆଜିର ଏ ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଇଁ କିଛି କରୁନାହିଁ। କେବଳ ରଙ୍ଗମରା ଓ ମିଥ୍ୟା ପ୍ରତିଶୃତିର ବିଜେପି ସରକାର ବୋଲି ଅଭିଯୋଗ କରି କଡା ସମାଲୋଚନା କରିଥିଲେ । ଏହି ପଦଯାତ୍ରା ଅଭିଯାନ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବ୍ଲକସ୍ତରରୁ ଆରମ୍ଭ ହୋଇ ବଲାଙ୍ଗିର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଅନୁଷ୍ଠିତ ହେଉଛି । ଏହା ସମସ୍ତ ୱାର୍ଡରେ ଅନୁଷ୍ଠିତ ହୋଇ ପଥପ୍ରାନ୍ତ ସଭା କରାଯାଇ ଆଜିର ଡବଲ ଇଞ୍ଜିନ ସରକାରଙ୍କ ଦୁର୍ବଳତା ଓ ବିଗତ ସରକାର ସମୟରେ ହୋଇଥିବା ବିକାଶ ଓ ଉନ୍ନନମୂଳକ କାମ ବଲାଙ୍ଗିର ବାସୀଙ୍କ ପ୍ରତି ଅବଦାନ ପହଞ୍ଚାଇବ ବଲାଙ୍ଗିର ବିଜୁ ଜନତା ଦଳ ।
ଏହି ପଦଯାତ୍ରା ରେ ବରିଷ୍ଠ ନେତୃବୃନ୍ଦ ପ୍ରଦ୍ୟୁତ ମିଶ୍ର, ବିଧୁ ଭୂଷଣ ତ୍ରିପାଠୀ, ଚନ୍ଦ୍ରମଣି ତ୍ରିପାଠୀ, ପାଣ୍ଡବ କୁମ୍ଭାର, ସାଗର ସଙ୍ଗମ ସତପଥି, ରାଜେନ୍ଦ୍ର ପ୍ରସାଦ ହୋତା, ଗୁଞ୍ଜ ଖାଁ, ଦମୟନ୍ତୀ ବାଗ, ସୁମନ ନନ୍ଦ, ସନ୍ତୋଷ ଦନ୍ତା, ମୁନୁ ପୋଢ଼ କାଉନସିଲର ସରିତା ଦାସ, ମହେନ୍ଦ୍ର ବାଗ, କିଶୋର କୁମ୍ଭାର, ଲଲାଟେନ୍ଦୁ ପଟ୍ଟନାୟକ, ଗଙ୍ଗା ଚାନ୍ଦ, ଶତ୍ରୁଘ୍ନ ବାଗ,ନନ୍ଦିନୀ ପୋଢ଼ ସନ୍ତୋଷିନୀ କୁଅଁର, ପିଙ୍କି କବାଟ ଏବଂ ସଞ୍ଜୁଲତା ଦନ୍ତା, ପ୍ରତିମା ଛତ୍ରିଆ, ପ୍ରେମଲତା ନାଏକଙ୍କ ସହ ଶତାଧିକ ମହିଳା ଓ ବିଜୁ ଜନତା ଦଳର କର୍ମୀ ମାନେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ