ସ୍ୱର୍ଗତଃ ରମେଶ ସ୍ୱାଇଁ ବନ୍ତର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ବିଶିଷ୍ଟ ଶିକ୍ଷାବିତ୍‌, ଇଂରାଜୀ ପୁସ୍ତକ ରଚୟିତା, ଟିଲୋ ଏଥଲେଟିକ୍ ଏସୋସିଏସନର ପ୍ରଥମ ସଭାପତି ତଥା ଟିଲୋ ହାଇସ୍କୁଲର ଦିବଂଗତ ଶିକ୍ଷକ ୰ରମେଶ ସ୍ୱାଇଁଙ୍କ ୧୬ ତମ ଶ୍ରଦ୍ଧାଞ୍ଜଳୀ ଦିବସ ଅବସରରେ ଟିଲୋ ଠାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ବନ୍ତ ଥାନାଧିକାରିଣୀ ମୋ
RAMESH SWAIN SMURTI SANSAD PHOTO (2)


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ବିଶିଷ୍ଟ ଶିକ୍ଷାବିତ୍‌, ଇଂରାଜୀ ପୁସ୍ତକ ରଚୟିତା, ଟିଲୋ ଏଥଲେଟିକ୍ ଏସୋସିଏସନର ପ୍ରଥମ ସଭାପତି ତଥା ଟିଲୋ ହାଇସ୍କୁଲର ଦିବଂଗତ ଶିକ୍ଷକ ୰ରମେଶ ସ୍ୱାଇଁଙ୍କ ୧୬ ତମ ଶ୍ରଦ୍ଧାଞ୍ଜଳୀ ଦିବସ ଅବସରରେ ଟିଲୋ ଠାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ବନ୍ତ ଥାନାଧିକାରିଣୀ ମୋନାଲିସା କର ସ୍ୱର୍ଗତଃ ସାରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ରମେଶ ସାର ସ୍ମୃତି ସଂସଦର ସଭାପତି ମନମୋହନ ସାହୁ, ସମ୍ପାଦକ ମନୋଜ ସାହୁ, ଟିଲୋ ଏଥ୍‌ଲେଟିକ୍ ଏସୋସିଏସନର ସମ୍ପାଦକ ଅସିତ କର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲିଙ୍ଗରାଜ୍ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହରମୋହନ ବେହେରା, ଆଲୋକ ରାଉତ୍‌, ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୟାକତ୍ ଅଲ୍ଲୀ, ଦିଲ୍ଳିପ ନାୟକ, ରମାକାନ୍ତ ପାଣିଗ୍ରାହୀ, ବସନ୍ତ କର, ସତ୍ୟାନନ୍ଦ ବେହେରା, ଅବସରପ୍ରାପ୍ତ ଶ୍ରମ କମିଶନର ଅଭିମନ୍‌ୁ୍ୟ ଲେଙ୍କା, ସରପଚଂ ସଂଗ୍ରାମ ଜେନାଙ୍କ ସମେତ ବାସୁଦେବ ସ୍ୱାଇଁ , ହୃଷିକେଷ ସ୍ୱାଇଁ, ଉମେଶ ସ୍ୱାଇଁ, ଅମରଜିତ୍ ସ୍ୱାଇଁ, ପ୍ରତାପ ରାଉତ, ପର୍ଶୁରାମ ସାହୁ, ପ୍ରକାଶ ସ୍ୱାଇଁ, ସୁବ୍ରତ ପୃଷ୍ଟି, ସନ୍ତୋଷ ଧଳ, ମାଧବାନନ୍ଦ ବିଶ୍ୱାଳ, ରୁଦ୍ର ନାୟକ, ପବିତ୍ର ରାଉତ୍‌, ସରୋଜିନୀ ଲେଙ୍କା, ସଞ୍ଜୀବ ବେହେରା, ରଞ୍ଜନ ଚଣ୍ଡ, ଟୁଟୁ ପାତ୍ର, ମାନସ ସ୍ୱାଇଁ, ଅଜ୍ରୁ୍ରନ ପଢିଆରୀ, ଦୋଳ ଗୋବିନ୍ଦ ଲେଙ୍କା, ମଟୁଂ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ୧୬ ତମ ଶ୍ରାଦ୍ଧ ଦିବସ ଅବସରରେ ଟିଲୋ ଏଥଲେଟିକ୍ ଏସୋସିଏସନର ଉପଦେଷ୍ଟା ଡଃ.ମନ୍ମଥ ରାଉଳଙ୍କ ସଭାପତିତ୍ୱରେ ଅପରାହ୍ନରେ ଭୁବନେଶ୍ୱରସ୍ଥିତ ହୋଟେଲ୍ ଡ୍ୟୁରିନ୍‌ରେ ଏକ ସ୍ମୃତିସଭା ସହ ପ୍ରତିଭା ସମ୍ମାନ ସମାରୋହ ଓ ରାଜ୍ୟ ସ୍ତରୀୟ କନକ୍ଲେଭ ଆୟୋଜନ କରାଯାଇଥିଲା । ଏହି କନକ୍ଲେଭର ବିଷୟବସ୍ତୁ ଥିଲା “ଗେମ୍ ଚେଞ୍ଜର ଓଡିଶା ସ୍ପୋର୍ଟ୍ସ ଏଡିସନ୍ ୨୦୨୫” । ଦେଶରେ କ୍ରୀଡା ମାନଚିତ୍ରରେ ଓଡିଶା କିପରି ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ ସେହି ବିଷୟରେ ଏହି କନକ୍ଲେଭ୍ ଦେଶର ଏକ ପ୍ରମୁଖ କ୍ରୀଡା ସଂସ୍ଥା “ଦି ପ୍ରାଇମ ଟେବୁଲ” ର ସହଭାଗିତା ରେ ଆୟୋଜନ କରାଯାଇଥିଲା । ଟିଲୋ ଆଥ୍‌ଲେଟିକ୍ ଏସୋସିଏସନର ଯେପରି ଗ୍ରାସରୁଟରେ କ୍ରୀଡାର ବିକାଶ ପାଇଁ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ କାମ କରି ଆସୁଛି ,ଏହା କିପରି ଅଧିକ ବ୍ୟାପକ ହେବ ଓ ଗ୍ରାମାଚଂଳରେ କ୍ରୀଡା ଭିତିଭୂମିର ବିକାଶ ହୋଇ ପାରିବା ସହ ଓଡିଶା ସରକାର ଅଧିକରୁ ଅଧିକ କ୍ରୀଡାବିତ୍ ଙ୍କୁ ପ୍ରୋତ୍ସାହନ ଦେଇ ପାରିବେ ସେ ସମ୍ବନ୍ଧରେ ଟିଲୋ ଏଥଲେଟିକ୍ ଏସୋସିଏସନ ଏହି ପ୍ରମୁଖ କ୍ରୀଡା ସଂସ୍ଥା ଦି ପ୍ରାଇମ୍ ଟେବୁଲ୍ ସହ ଅନୁବନ୍ଧିତ । ଭାରତ ମାନଚିତ୍ରରେ କ୍ରୀଡା କ୍ଷେତ୍ରରେ ଟିଲୋ ଆଥଲେଟିକ୍ ଏସୋସିଏସନର ଏକ ପ୍ରମୁଖ ସ୍ଥାନ ହାସଲ କରିଅଛି । କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ମାନସ ଦାସ, ସଂଗ୍ରାମ ଷଡଙ୍ଗୀ ଓ କ୍ରିକେଟର କିଶୋର ମାଣିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇଂ. ଲକି ମାଷ୍ଟର ସ୍ୱାଇଁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande