ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ଆର୍‌ଏସ୍‌ଏସ୍‌ କାର୍ଯ୍ୟ କରୁଛି'
କଟକ, 18 ଅକ୍ଟୋବର (ହି.ସ.) ଏକ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବହୁ ଘାତପ୍ରତିଘାତ ମଧ୍ୟରେ ଶହେବର୍ଷ ଧରି କାର୍ଯ୍ୟ କରିଚାଲିଛି ବୋଲି ସଂଘର ବରିଷ୍ଠ ପ୍ରଚାରକ ତଥା ସମ୍ପର୍କ ବିଭାଗର ପୂର୍ବକ୍ଷେତ୍ର ପ୍ରମୁଖ ବ
ଆରଏସଏସ


କଟକ, 18 ଅକ୍ଟୋବର (ହି.ସ.) ଏକ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବହୁ ଘାତପ୍ରତିଘାତ ମଧ୍ୟରେ ଶହେବର୍ଷ ଧରି

କାର୍ଯ୍ୟ କରିଚାଲିଛି ବୋଲି ସଂଘର ବରିଷ୍ଠ ପ୍ରଚାରକ ତଥା ସମ୍ପର୍କ ବିଭାଗର ପୂର୍ବକ୍ଷେତ୍ର

ପ୍ରମୁଖ ବିଦ୍ୟୁତ୍‌ ମୁଖାର୍ଜୀ କହିଛନ୍ତି।

ଶନିବାର ପୂର୍ବାହ୍ଣରେ ସ୍ଥାନୀୟ ଗ୍ରାଣ୍ଡ ରେସିଡେନ୍ସିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ 'ଆର୍‌ଏସ୍‌ଏସ୍‌ - ଏକଶହ ବର୍ଷ' ଶୀର୍ଷକ ସେମିନାରରେ

ଯୋଗଦେଇ ଶ୍ରୀ ମୁଖାର୍ଜୀ କହିଲେ ଯେ, ଭାରତୀୟ ପରିବାର

ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ ଏବଂ ଆମକୁ ଏହି ବ୍ୟବସ୍ଥାକୁ ବଜାୟ ରଖିବାକୁ ହେବ। ରୋଟାରୀ

କ୍ଲବ ଅଫ୍ କଟକ ମିଲେନିୟମର ପୂର୍ବତନ ସଭାପତି ଡକ୍ଟର ଅନଙ୍ଗ ମୋହନ ଦ୍ବିବେଦୀ ଓ ରୋଟାରୀ ଜିଲ୍ଲା

୩୨୬୨ର ପୂର୍ବତନ ପ୍ରାନ୍ତପାଳ ଅଶୋକ ବିହାରୀ ମହାପାତ୍ରଙ୍କ ଯୁଗ୍ମ ସଭାପତିତ୍ୱରେ ଅନୁଷ୍ଠିତ ଏହି

କାର୍ଯ୍ୟକ୍ରମରେ ସଂଘର ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ

ଯୋଗଦେଇଥିଲେ। ଡକ୍ଟର ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେଲାପରେ ଆଡ଼ଭୋକେଟ ସର୍ବେଶ୍ୱର ବେହେରା

ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି କାମ ଓ କ୍ରୋଧକୁ ପରିହାର

କରି ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲାର ପୂର୍ବତନ ପ୍ରାନ୍ତପାଳ ଦେବାଶିଷ ମିଶ୍ର ଓ ଶାନ୍ତନୁ

କୁମାର ପାଣିଙ୍କ ସମେତ ଅନେକ ରୋଟାରୀଆନ୍ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଶେଷରେ ସଂଘର କଟକ ବିଭାଗ

ସହ ସଂଘଚାଳକ କିଶୋର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande