ବାଲିବନ୍ଧ ରାଧାକୃଷ୍ଣ ମନ୍ଦିରରେ ରାହାସ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ରାଧା କୃଷ୍ଣ ମନ୍ଦିର ରାଧାକୃଷ୍ଣ ଭାଗବତ ଟୁଙ୍ଗି ତରଫରୁ ଆସନ୍ତା ନଭେମ୍ବର ୧ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ରାହାସ ଉତ୍ସବ ପାଳନ କରିବା ପାଇଁ ଟୁଙ୍ଗିର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍
ବାଲିବନ୍ଧ ରାଧାକୃଷ୍ଣ ମନ୍ଦିରରେ ରାହାସ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ରାଧା କୃଷ୍ଣ ମନ୍ଦିର ରାଧାକୃଷ୍ଣ ଭାଗବତ ଟୁଙ୍ଗି ତରଫରୁ ଆସନ୍ତା ନଭେମ୍ବର ୧ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ରାହାସ ଉତ୍ସବ ପାଳନ କରିବା ପାଇଁ ଟୁଙ୍ଗିର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଧାକୃଷ୍ଣ ମନ୍ଦିର ପୂଜକ ଶଙ୍କର୍ଷଣ ପଣ୍ଡା, କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ,ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ପ୍ରସନ୍ନ କୁମାର ଦାସ ,କେନ୍ଦୁଝର ଗଡ ପୌରାଂଚଳ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ଅକ୍ଷୟ କୁମାର ଦାସ, ଯୋଡା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଦଶରଥ ବାରିକ,ଝୁମ୍ପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ମଧୁସୂଦନ ପ୍ରଧାନ ଯୋଗଦାନ କରିଥିଲେ। ପବିତ୍ର ଗର୍ଭଣା ସଂକ୍ରାନ୍ତି ତଥା ଏକାଦଶୀ ଉପଲକ୍ଷେ ଭାଗବତ ଦଶମ ସ୍କନ୍ଧ ୩୦ ଅଧ୍ୟାୟ ପାଠ କରାଯାଇ ରାସ ଉତ୍ସବ ସମ୍ବନ୍ଧରେ ଆଲୋଚନା କରାଗଲା। ଉପସ୍ଥିତ ଭକ୍ତ ମାନଙ୍କ ପ୍ରସ୍ତାବ କ୍ରମେ ରାସ ପଂଚକ ୩୦ ଅଧ୍ୟାୟ ରୁ ୩୪ ଅଧ୍ୟାୟ ପର୍ଯ୍ୟନ୍ତ ପ୍ରତ୍ୟହ ପଗୋଟିଏ ଅଧ୍ୟାୟ ପାଠ କରାଯାଇ ଆଲୋଚନା କରାଯିବ ଓ ପରିଶେଷରେ ଭଜନ କୀର୍ତନ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା। ମନ୍ଦିର ପରିଚାଳନା କମିଟି ତଥା ଭାଗବତ ଟୁଙ୍ଗିର କୁଳମଣି ପ୍ରଧାନ,ରଙ୍ଗାଧର ବେହେରା,ବୀଣାପାଣି ପ୍ରଧାନ, ସୁଶୀଳା ପ୍ରଧାନ,ଚିନ୍ମୟୀ ପ୍ରଧାନ, ତୁଳା ପ୍ରଧାନ ଓ ବିନୋଦିନୀ ପ୍ରଧାନ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande