ଜୟପୁର,୧୮ ଅକ୍ଟୋବର (ହି.ସ.) - ଜୟପୁର ସଦରଥାନା ବାର୍ଲାହାଣ୍ଡି ଗ୍ରାମ ଠାରେ ଅଟୋ ଚାଳନାକୁ ନେଇ ଦୁଇ ଯୁବକଙ୍କ ମଧ୍ୟ ପ୍ରଥମେ ପାଟିତୁଣ୍ଡ ଏବଂ ଯୁବକଙ୍କ ଆକ୍ରମଣ ଓ ଠାଙ୍ଗା ମାଡରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ଏହି ମାମଲାରେ ଆକ୍ରମଣକାରୀ ଯୁବକ ବାର୍ଲାହାଣ୍ଡି ଗ୍ରାମର କିଶ୍ୱର ହରିଜନ (୨୬) ଓରଫ ଇଶ୍ୱରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ , ବାର୍ଲାହାଣ୍ଡି ଗ୍ରାମର କୈଳାସ ହରିଜନ ଫାମ୍ପୁଣି ଗ୍ରାମର ଜଣେ ବ୍ୟାକ୍ତି ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି । ଏହିପରି ଗତ ଗୁରବାର ସଂଧ୍ୟାରେ ନିଜ ଗ୍ରାମକୁ ଫେରି ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ଇଶ୍ୱର ଉକ୍ତ ଅଟୋ କାହିଁକି ଚଳାଉଛୁ ମୁଁ ଉକ୍ତ ଅଟୋ ମୁଁ ଚାଳନା କରିବି ତୁ କାର୍ଯ୍ୟ ଛାଡେ ବୋଲି ଗାଳିଗୁଲଜ ସହ ଗଣ୍ଡଗୋଳ କରିଥିଲେ । ଏହିପରି ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଉଭୟ ନିଜ ନିଜ ଘରକୁ ଚାଲି ଯାଇଥିଲା । କିନ୍ତୁ ଗତ କାଲି ପୂର୍ବାହ୍ନରେ ଅଭିଯୋଗକାରୀ ନିଜ ଗ୍ରାମର ହୋଟେଲ ଠାରେ ବସିଥିବା ବେଳେ ପୁଣି ଅଭିଯୁକ୍ତ ଇଶ୍ୱର ସେଠାକୁ ଆସି ପୁଣି ଗଣ୍ଡଗୋଳ କରିବା ସହ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡ ଉପରକୁ ପାହାର କରୁଥିଲେ । କିନ୍ତୁ ସେ ହାତ ରଖିଦେବାରୁ ଉକ୍ତ ଠାରେ ତାଙ୍କ କାନକୁ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ଅଭିଯୋଗକାରୀଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲେ । ଏଥିନେଇ ଅଭିଯୋଗକାରୀ ଗତକାଲି ସଂଧ୍ୟାରେ ଏତଲାପରେ ସଦରଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିବା ସହ ଗ୍ରାମରେ ପହଂଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି