ଗାନ୍ଧୀଛକ ଉଠାଦୋକାନୀ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର , 18 ଅକ୍ଟୋବର (ହି.ସ.)ଜୟପୁର ଗାନ୍ଧୀଛକ ନିକଟରେ ଉଠାଦୋକାନ ଗୁଡିକ ହଟାଇ ସେଠାରେ ଗାନ୍ଧୀଙ୍କ ଦାଣ୍ତିଯାତ୍ରା ପ୍ରତିମୂର୍ତ୍ତି ସ୍ଥାପନ କରୁଥିବାକୁ ନେଇ ଆଜି ସ୍ଥାନୀୟ ବାସିନ୍ଦା ମାନେ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଗାନ୍ଧୀଛକରେ ବହୁଦିନ ହେଲା ଉଠା ଦୋ
ଗାନ୍ଧୀଛକ ଉଠାଦୋକାନୀ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର , 18 ଅକ୍ଟୋବର (ହି.ସ.)ଜୟପୁର ଗାନ୍ଧୀଛକ ନିକଟରେ ଉଠାଦୋକାନ ଗୁଡିକ ହଟାଇ ସେଠାରେ ଗାନ୍ଧୀଙ୍କ ଦାଣ୍ତିଯାତ୍ରା ପ୍ରତିମୂର୍ତ୍ତି ସ୍ଥାପନ କରୁଥିବାକୁ ନେଇ ଆଜି ସ୍ଥାନୀୟ ବାସିନ୍ଦା ମାନେ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଗାନ୍ଧୀଛକରେ ବହୁଦିନ ହେଲା ଉଠା ଦୋକାନୀ ମାନେ ରହି ନିଜ ଜୀବନ ଜିବିକା ବହନ କରୁଥିଲେ। କିନ୍ତୁ ପୌରପାଳିକା ପକ୍ଷରୁ ସେମାନଙ୍କୁ ସେଠାରୁ ହଟାଇ ଦେଇ ସେଠାରେ ଗାନ୍ଧୀଙ୍କ ଦାଣ୍ତିଯାତ୍ରା ମୂର୍ତ୍ତି ସ୍ଥାପନ କରୁଛନ୍ତି। ଯାହା ଫଳରେ ସେଠାରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande