ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗୀର ଶାଖାଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର, ୧୮ ଅକ୍ଟୋବର(ହି.ସ.) –ସିନ୍ଦୁରବାହାଲ ଶିବ ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ୱାବଧାନରେ ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗୀର ଶାଖା ବଲାଙ୍ଗିର ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ରେଟାରୀ ବୃଷଭ
ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗିର ଶାଖାଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗୀର, ୧୮ ଅକ୍ଟୋବର(ହି.ସ.) –ସିନ୍ଦୁରବାହାଲ ଶିବ ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ୱାବଧାନରେ ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗୀର ଶାଖା ବଲାଙ୍ଗିର ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ରେଟାରୀ ବୃଷଭ ସା, କୋଷାଧ୍ୟକ୍ଷ ରାହାସ ବିହାରି ଭୋଇ ଏବଂ ସଂଘର କର୍ମକର୍ତା ବିଦେଶୀ ସାହୁ, ରମାକାନ୍ତ ପାଣିଗ୍ରାହୀ, ଚମ୍ପେଶ୍ୱର ମିଶ୍ର, ନୀଳମଣି ପଟେଲ, ମନୋରଞ୍ଜନ ତ୍ରିପାଠୀ, ଯଜ୍ଞକର ବାରିକ, ବିପିନ ବିହାରୀ ନେଗି ଓ ପ୍ରେମାଲାଲ ହରପାଲ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ରମାକାନ୍ତ ପାଣିଗ୍ରାହୀଙ୍କ ବିଶେଷ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande