ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ
ମାଲକାନଗିରି,୧୮ ଅକ୍ଟୋବର (ହି.ସ.)ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଟେକ ବାଡ଼ି ଛକରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ମୃତକମାନେ ହେଲେ ରାମ କୁମାର, ଯମୁନା ସର୍
ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ


ମାଲକାନଗିରି,୧୮ ଅକ୍ଟୋବର (ହି.ସ.)ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଟେକ ବାଡ଼ି ଛକରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ମୃତକମାନେ ହେଲେ ରାମ କୁମାର, ଯମୁନା ସର୍ଦ୍ଦାର, ସୁଳିଆ ଇନ୍ଦିରା କଲୋନୀ ର ମୋହନ ମାଝୀ (୨୩)।

ମାଲକାନଗିରିରୁ ଜଣେ ପୁରୁଷ ଓ ଜଣେ ମହିଳା ଏକ ବାଇକ ଯୋଗ ବାଲିମେଳା ଅଭିମୁଖେ ଯାଉ ଥିବା ବେଳେ କୋରକୁଣ୍ଡା ପାର୍ଶ୍ଵ ରୁ ଆସୁଥିବା ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ଲାଗିଥିଲା। ଘଟଣା ସ୍ଥଳରେ ରାମକୁମାର (୩୫)ଙ୍କମୃତ୍ୟୁ ଘଟିଥିବା ବେଳେ ବାଇକ ରେ ବସିଥିବା ଯମୁନା ସର୍ଦ୍ଦାର (୨୮), ସୁଳିଆ ଇନ୍ଦିରା କଲୋନୀ ର ମୋହନ ମାଝୀ (୨୩) ଓ ମଧୁଜାନୀ ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଥାନାକୁ ଫୋନ କରି ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଯମୁନା ସର୍ଦ୍ଦାର ଓ ମୋହନ ମାଝୀ ଙ୍କର ମୃତ୍ୟୁ ଘଟିଛି। ମଧୁ ଯାନୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମାଲକାନଗିରି ସଦର କୋରକୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ମୃତଙ୍କ ମଧ୍ୟରୁ ମୋହନ ମାଝୀଙ୍କ ଘର ଇନ୍ଦିରା କଲୋନୀ ବୋଲି ଜଣା ପଡ଼ିଥିବାରୁ ତାଙ୍କର ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ। ମୃତ ରାମ କୁମାର ଓ ମହିଳା ଯମୁନା ଙ୍କ ନିଜ ଘର କେଉଁଠି ସଠିକ ଜଣା ପଡିନଥିବାରୁ ହସ୍ପିଟାଲ ରେ ସେ ଦୁହିଁଙ୍କ ମୃତ ଶରୀର ସୁରକ୍ଷିତ ଭାବେ ରଖା ଯାଇଛି। ସେମାନଙ୍କ ଆତ୍ମୀୟ ସ୍ୱଜନ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କୋରକୁଣ୍ଡା ସଦର ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande