ବଲାଙ୍ଗିର, ୧୮ ଅକ୍ଟୋବର (ହି.ସ.)- ଗୁଡଭେଲା ବ୍ଲକ୍ ତୁଷୁରା କ୍ଲଷ୍ଟର ଅଧୀନସ୍ଥ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନ ଶିକ୍ଷକ ଗୁରୁ ଗୌରବ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଧନ ସଂଯୋଜକ ଜଗ ମୋହନ ତ୍ରିପାଠୀ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟ ପୃଷ୍ଠପୋଷକ ତଥା ପୂର୍ବଛାତ୍ର ରାଧା ରମଣ କେଡିଆ ଯୋଗ ଦେଇଥିଲେ। ଶ୍ରୀ ତ୍ରିପାଠୀ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପରିଚାଳନା ଭାଷା ଓ ସଂଖ୍ୟା ଜ୍ଞାନ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ବିଦ୍ୟାଳୟ ସ୍ତରୀୟ ପଠନ ପ୍ରୋତ୍ସାହନ ଅଭିଯାନ ପଢିବା ଗଢିବା ଓଡିଶା, ବର୍ଣ୍ଣାଳୀ କାର୍ଯ୍ୟକ୍ରମ, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଦି ଆଲୋଚନା କରିଥିଲେ।
ଏଥିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ଦୁତିଆ ସେଠ, ମନ୍ମଥ ରାଜହଂସ, ମୋହନ ଭୋଇ, ଚନ୍ଦ୍ରଧ୍ବଜ ମେହେର ଓ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ଗିତାଞ୍ଜଳି ପ୍ରଧାନ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ପୁରନ ମେହେର, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ଶିକ୍ଷୟିତ୍ରୀ ଆକାଂକ୍ଷା ରାଣୀ ଯୋଶୀ, ମିଲି ପୁରୋହିତ, ଦୁର୍ଗାମଣି ମହାନନ୍ଦ ଏବଂ ଏଲ୍ଏଲ୍ଏଫ୍ ଶ୍ରୀମା ଜାନି ଓ ଅନିଷା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ ଓ ବିନ୍ଦୁ ମାହାଣା ସହଯୋଗ କରିଥିଲେ। ଛାତ୍ରୀମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ ଓ ପ୍ରଧାନ ଶିକ୍ଷକ ଡ. ଦାଶ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ