କେନ୍ଦ୍ରାପଡା ଜିଲ୍ଲା ଚେସ ଚୋମ୍ପିଅନସିପ-୨୦୨୫ ଉଦ୍‌ଘାଟିତ
କେନ୍ଦ୍ରାପଡ଼ା, ୧୮ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗରପୁର୍ ଠାରେ ଥିବା ସ୍ୱୟଂସିଦ୍ଧା ହୋଟେଲରେ ଚଳିତ ବର୍ଷର କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ୍‌-୨୦୨୫ ତଥା ୫ମ ଡକ୍ଟର ବୈଷ୍ଣବ ପରିଡ଼ା ସ୍ମାରକୀ ଚେସ ଚାମ୍ପିଅନସିପ୍ ଉଦ୍‌ଘାଟିତ ହୋଇଯାଇଛି
କେନ୍ଦ୍ରାପଡା ଜିଲ୍ଲା ଚେସ ଚୋମ୍ପିଅନସିପ-୨୦୨୫ ଉଦ୍‌ଘାଟିତ


କେନ୍ଦ୍ରାପଡ଼ା, ୧୮ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗରପୁର୍ ଠାରେ ଥିବା ସ୍ୱୟଂସିଦ୍ଧା ହୋଟେଲରେ ଚଳିତ ବର୍ଷର କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ୍‌-୨୦୨୫ ତଥା ୫ମ ଡକ୍ଟର ବୈଷ୍ଣବ ପରିଡ଼ା ସ୍ମାରକୀ ଚେସ ଚାମ୍ପିଅନସିପ୍ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ାର ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ଡକ୍ଟର ବୈଷ୍ଣବ ପରିଡ଼ାଙ୍କ ଜୀବନୀ ପୁସ୍ତକର ଉନ୍ମୋଚନ କରିଥିଲେ।

ଅନ୍ୟତମ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଗୌତମ ମଲ୍ଲିକ ଯୋଗ ଦେଇଥିବାବେଳେ ଆସୋସିଏସନ୍‌ର ସଭାପତି କିଶୋର ପଣ୍ଡା, ସମ୍ପାଦକ ଭବେଶ୍ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ, ସ୍ୱାଗତ ସମିତିର ସଂଯୋଜକ ଶକ୍ତି ଶ୍ରୀ ଲେଙ୍କା ପ୍ରମୁଖ ଉଦବୋଧନ ଦେଇଥିବାବେଳେ ଆସୋସିଏସନ୍‌ର ଉପସଭାପତି ଲଲାଟ କେଶରୀ ସାମଲ ମଂଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପିର ବରିଷ୍ଠ ନେତା ବିଷ୍ଣୁ ଦାସ, ତେଜେଶ୍ୱର୍ ପରିଡ଼ା, ଲଳିତ ବେହେରା, କଳ୍ପନା ମଲ୍ଲିକ, ସଞ୍ଜୟ ରଥ, ପ୍ରତାପ ଦାସ, ଉପିନ୍ ରାଉତ, କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପିର ବରିଷ୍ଠ ନେତା ସୁନାକର ବେହେରା ଚତୁର୍ଥ ରାଉଣ୍ଡ ଉଦ୍‌ଘାଟନ କରିଥିଲେ। ସୂଚନା ଥାଉକି ଦୁଇଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ମୋଟ ୬୪ ଜଣ ଖେଳାଳି ବିଭିନ୍ନ ବ୍ଲକ୍‌ରୁ ଭାଗ ନେଇଛନ୍ତି। ଖେଳର ସୁପରିଚାଳନା ପାଇଁ ଶ୍ରୀମତୀ ପିଙ୍କି ମହାପାତ୍ର ଦାୟିତ୍ୱ ନେଇଥିବାବେଳେ ଆସୋସିଏସନ୍‌ର ଅନ୍ୟତମ ଉପସଭାପତି ଧରଣୀ ସେଠୀ, କୋଷାଧ୍ୟକ୍ଷ ନାରାୟଣ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା କାଲି ଅପରାହ୍ନ ୪ ଘଟିକା ସମୟରେ ଏହା ଉଦ୍‌ଯାପିତ ହେବ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande