ନୂଆପଡ଼ା ବିଜୁ ଜନତା ଦଳ ସପକ୍ଷରେ ଯିବ- ଅଶ୍ୱିନୀ ପାତ୍ର
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନୂଆପଡାରେ ରେଜଲ୍ଟ କଣ ହେବ ନ ହେବ ଭିନ୍ନ କଥା କିନ୍ତୁ ଦଳର କି ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ହ୍ରାସ ହେବ ନାହିଁ । ଆମେ ତ ଆଶା ରଖିଛୁ ନୂଆପଡ଼ାରେ ପିଜିଟିଭ ରେଜଲ୍ଟ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି । ଏ
ନୂଆପଡ଼ା ବିଜୁ ଜନତା ଦଳ ସପକ୍ଷରେ ଯିବ- ଅଶ୍ୱିନୀ ପାତ୍ର


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନୂଆପଡାରେ ରେଜଲ୍ଟ କଣ ହେବ ନ ହେବ ଭିନ୍ନ କଥା କିନ୍ତୁ

ଦଳର କି ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ହ୍ରାସ ହେବ ନାହିଁ । ଆମେ ତ ଆଶା ରଖିଛୁ ନୂଆପଡ଼ାରେ

ପିଜିଟିଭ ରେଜଲ୍ଟ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି । ଏବଂ ଏହି

ଆଶା ରଖିବା ସ୍ବାଭାବିକ ବୋଲି ସେ କହିଛନ୍ତି। ମୋର ବିଶ୍ୱାସ ଯେ ଆମେ ନୂଆପଡା ନିର୍ବାଚନରେ

ଜିତିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ମୋର ଆଶା ନୂଆପଡ଼ା ବିଜୁ ଜନତା ଦଳ ସପକ୍ଷରେ ଯିବ । ନବୀନ ପଟ୍ଟନାୟକ

କହିଛନ୍ତି ସେ ନିଜେ ଯିବେ ପ୍ରଚାର କରିବା ପାଇଁ ତାର ପ୍ରଭାବ ନିଶ୍ଚିତ ପଡ଼ିବ ଫଳାଫଳ ଉପରେ ।

କାରଣ ଲୋକଙ୍କ ହୃଦୟ ରେ ଏବେ ବି ନବୀନ ପଟ୍ଟନାୟକ ରହିଛନ୍ତି । ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ

ଭିନ୍ନ ପ୍ରକାରର । ସେ ନିଷ୍କଳଙ୍କ ବ୍ୟକ୍ତି । ଯଦି ଓ ନିର୍ବାଚନରେ ଆମେ ସରକାର ରେ ଆସି ପାରିଲୁ

ନାହିଁ । କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଓ ଲୋକପ୍ରିୟତା ହ୍ରାସ ହୋଇ ନାହିଁ । ତେଣୁ ନବୀନ ନୂଆପଡ଼ା

ଗଲେ ତାର ପ୍ରଭାବ ନିଶ୍ଚିତ ପଡ଼ିବ। ଆଉ ବିଜୟର ଆଶା ତ ସ୍ୱାଭାବିକ ଆମେ ରଖିବୁ ବୋଲି ଅଶ୍ୱିନୀ

ପାତ୍ର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande