ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)-ଓଡ଼ିଶା ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର
ସୁଧାଂଶୁ ଷଡ଼ଙ୍ଗୀ ଶୁଭ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମଗ୍ର
ଓଡ଼ିଶାବାସୀଙ୍କୁ ସତର୍କତାର ସହ ଆଲୋକର ପର୍ବକୁ ନିଜ ପରିବାର ସହିତ ପାଳନ କରିବାକୁ ଅନୁରୋଧ
କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜରୁରୀକାଳୀନ ସେବା ନମ୍ବର ୧୧୨ ଡାଏଲ୍ କରନ୍ତୁ
। ଏଥିସହ, ଆମ୍ବୁଲାନ୍ସ ସେବା
ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ବିଷୟରେ ନିଜେ ଅବଗତ ହେବା ସହ ଆଖପାଖ ଲୋକଙ୍କୁ ମଧ୍ୟ ସୂଚିତ
କରନ୍ତୁ । ଶୁଭ ଦୀପାବଳି, ସୁରକ୍ଷିତ ଦୀପାବଳି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା