ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନୂଆପଡା ଉପନିର୍ବାଚନ ପାଇଁ ଆଜି ବିଜେପି ବିଧାୟକ
ପ୍ରାର୍ଥୀ ଜୟ ଢୋଲକିଆ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ
କରିଛନ୍ତି। ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ
କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ଥାବକ
ରହିଛନ୍ତି। 2 ସେଟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେପି
ରାଜ୍ୟ ସଭାପତି ମନମୋହନ ସାମଲ,
ମନ୍ତ୍ରୀ ରବି ନାୟକ, ମୁକେଶ ମହାଳିଙ୍ଗ ଓ
ଗଣେଶ ରାମସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ। ତେବେ ନାମାଙ୍କନ ଦାଖଲ ପରେ କେନ୍ଦ୍ର ଓ ରାଜ୍ୟର ସମସ୍ତ
ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟ ଢୋଲକିଆ। ତେବେ ନୂଆପଡ଼ାର ବିକାଶରେ ଧାରାକୁ ଆଗକୁ
ବଢାଇବାକୁ ବିଜେପି ସଂକଳ୍ପ କରିଛି। ତେଣୁ ଦଳ
ନିର୍ବାଚନରେ ନିଶ୍ଚିତ ବିଜୟ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା