ଏଫଏମ ମେଡିକାଲ କଲେଜରେ କର୍ଣ୍ଣ ନାସା ଓ ଗଳା ବିଭାଗ, ନିଶ୍ଚେତକ ବିଭାଗ ଓ ସ୍ତ୍ରୀ ପ୍ରସୁତି ବିଭାଗକୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଏଫଏମ ମେଡିକାଲ କଲେଜରେ କର୍ଣ୍ଣ ନାସା ଓ ଗଳା ବିଭାଗ, ନିଶ୍ଚେତକ ବିଭାଗ ଓ ସ୍ତ୍ରୀ ପ୍ରସୁତି ବିଭାଗକୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବାଲେଶ୍ୱର ସାଂସଦ ପ
ଏଫଏମ ମେଡିକାଲ କଲେଜରେ କର୍ଣ୍ଣ ନାସା ଓ ଗଳା ବିଭାଗ, ନିଶ୍ଚେତକ ବିଭାଗ ଓ     ସ୍ତ୍ରୀ ପ୍ରସୁତି ବିଭାଗକୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବାରୁ     ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଏଫଏମ ମେଡିକାଲ କଲେଜରେ କର୍ଣ୍ଣ ନାସା ଓ ଗଳା ବିଭାଗ, ନିଶ୍ଚେତକ ବିଭାଗ ଓ

ସ୍ତ୍ରୀ ପ୍ରସୁତି ବିଭାଗକୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବାରୁ

ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ

ଷଡଙ୍ଗୀ । ଏହି ଅବସରରେ ସେ କହିଛନ୍ତି ଯେ, ଆଜି ସମଗ୍ର ବାଲେଶ୍ଵର ବାସୀଙ୍କ ପାଇଁ ଅତ୍ୟନ୍ତ

ଆନନ୍ଦ ର ବିଷୟ। ଅନେକ ଘାତ ପ୍ରତିଘାତ ସତ୍ୱେ, ମୋର ନିରନ୍ତର

ପ୍ରଚେଷ୍ଟା, ଓ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ନିର୍ଦେଶ

ପରେ ଫକିରମୋହନ ମେଡିକାଲ କଲେଜ, ବାଲେଶ୍ଵର ରେ ସ୍ନାତକୋତ୍ତର ପାଇଁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗଦ୍ୱାରା ତିନୋଟି

ବିଭାଗ ଯଥା କର୍ଣ୍ଣ ନାସା ଓ ଗଳା ବିଭାଗ, ନିଶ୍ଚେତକ ବିଭାଗ ଓ

ସ୍ତ୍ରୀ ପ୍ରସୁତି ବିଭାଗକୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଯାଇଛି।

ବର୍ତ୍ତମାନର ଶିକ୍ଷାବର୍ଷ ୨୦୨୫-୨୬ରୁ ଏହି ପାଠ୍ୟକ୍ରମରେ ସ୍ନାତକ ଡାକ୍ତର ଛାତ୍ରଛାତ୍ରୀ ମାନେ

ଭର୍ତ୍ତି ହୋଇପାରିବେ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ସ୍ୱାସ୍ଥ୍ୟ

ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ,ଫକିରମୋହନ ମେଡିକାଲ

କଲେଜର ସମସ୍ତ ଅଧିକାରୀ ଓ ଡାକ୍ତର ମାନଙ୍କୁ ଏହି ସଫଳତା ପାଇଁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ

ଜଣାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଏହିପରି ସଫଳତାର ସୋପାନ ଅତିକ୍ରମ କରିଚାଲୁ, ଏହା ହିଁ କାମନା

କରିଛନ୍ତି ପ୍ରତାପ ଷଡଙ୍ଗୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande