ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ପବିତ୍ର ଧନ୍ୱନ୍ତରୀ ଜୟନ୍ତୀ ଓ ଧନତେରସ୍ର ଶୁଭେଚ୍ଛା
ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି
ପରିଡା କହିଛନ୍ତି ଯେ, ଆରୋଗ୍ୟ ଓ ସମୃଦ୍ଧିର ଦିନ ପବିତ୍ର ଧନ୍ୱନ୍ତରୀ ଜୟନ୍ତୀ ଓ ଧନତେରସ୍
ଅବସରରେ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
ସ୍ୱାସ୍ଥ୍ୟ ଆମ ପାଇଁ ସବୁଠାରୁ ମୂଲ୍ୟବାନ ସମ୍ପଦ । ଆଜିର ପବିତ୍ର ଦିନରେ ଧନ୍ୱନ୍ତରୀଙ୍କ
ନିକଟରେ ଆପଣମାନଙ୍କ ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା