ପୁରୀ ଜିଲ୍ଲା ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ, ୧୮ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓସଡାମା ଓ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପୁରୀ ଜିଲ୍ଲା ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।


ପୁରୀ, ୧୮ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓସଡାମା ଓ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଅନେକ ବିପର୍ଯ୍ୟୟ ସମ୍ପର୍କରେ ଆମେ ବୈଷୟିକ ଜ୍ଞାନର ଉପଯୋଗ କରି ଆଗୁଆ ସୂଚନା ପାଉଥିବା ବେଳେ ଅନେକ ବିପର୍ଯ୍ୟୟ ର କୌଣସି ସୂଚନା ବିନା ଅତର୍କିତ ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ପୂର୍ବ ପ୍ରସ୍ତୁତି ଧନ ଜୀବନର କ୍ଷୟକ୍ଷତିକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ତେଣୁ ଆମେ ଉପଯୁକ୍ତ ପ୍ରଶିକ୍ଷିତ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ। ପୁରୀ ଜିଲ୍ଲାର ୪ ଟି ବ୍ଲକ ଅସ୍ତରଙ୍ଗ, କାକଟପୁର, ଗୋପ ଓ ବ୍ରହ୍ମଗିରିର ୮୬ଟି ଗ୍ରାମ ଓ ୨୩ଶଟି ୱ୍ବାର୍ଡ ସୁନାମୀ ଦ୍ଵାରା କ୍ଷତିଗ୍ରସ୍ତ ଜୋନରେ ଆସୁଥିବାରୁ ସେହି ଅଞ୍ଚଳର ଲୋକ ମାନଙ୍କୁ ଅଧିକ ସତର୍କ ଓ ସଚେତନ ର ଆବଶ୍ୟକତା ସମ୍ପର୍କରେ ଶ୍ରୀ ବେହେରା ମତ ବ୍ୟକ୍ତ କରିଥିଲେ। ମାଷ୍ଟର ଟ୍ରେନର ଭାବେ ଓସଡାମା ର ଡିଜିଏମ ଅମ୍ବିକା ମିଶ୍ର ସୁନାମୀର ଅର୍ଥ, ସୁନାମୀ ହେବାର କାରଣ, ନିରାକରଣ, ଉଦ୍ଧାର, ଥଇଥାନ ଓ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ସଚେତନ, ସତର୍କତା ଓ ଅନ୍ୟ ମାନଙ୍କୁ ସଚେତନ ସମସ୍ତ ବିପର୍ଯ୍ୟୟ କମେଇବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୪ଟି ବ୍ଲକର କର୍ମକର୍ତ୍ତା, ପଞ୍ଚାୟତ ଲୋକ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜରୁରୀ ବିଭାଗର ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande