ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)-ଡିମାର୍କସେନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି । କି କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । କି ମାସ ମାସ ସମୟ ଗଡିବନି । ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ ଅମ
ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)-ଡିମାର୍କସେନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ

ପଡ଼ିବନି । କି କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । କି ମାସ ମାସ ସମୟ ଗଡିବନି । ଏଣିକି ଜମି

ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ ଅମିନ ଏବଂ

ପୋଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କସେନ । ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ

ଯିବାକୁ ପଡିବ । ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ

ହେବ । ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ । ଆବେଦନ ସବମିଟ କରିବା ପରେ

ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ମେସେଜଭାବେ ଆସିଯିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ

ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande