କେନ୍ଦ୍ରାପଡ଼ା, ୧୯ ଅକ୍ଟୋବର(ହି.ସ.) – ବିଶିଷ୍ଟ ସମାଜ ସେବୀ ତଥା ସମବାୟବିତ୍ ସ୍ୱର୍ଗତଃ ପଦ୍ମ ଚରଣ ନାୟକଙ୍କ ୧୦ତମ ଶ୍ରାଦ୍ଧ ଉତ୍ସବ ଆସନ୍ତା ୩୦ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ରବିବାର ଦିନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅପରାହ୍ନ ୪ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ପଦ୍ମ ଚରଣ ନାୟକ ସ୍ମୃତି କମିଟି ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସ୍ମୃତି କମିଟିର ସ୍ଥାୟୀ ସଭାପତି ମହମ୍ମଦ ଆକବର ଅଲ୍ଲୀ ସଭାପତିତ୍ୱ କରିଥିଲେ । ପୂର୍ବ ବର୍ଷ ପରି ଏହି କାର୍ଯ୍ୟ ସଂପାଦନ କରାଯିବ ବୋଲି ସଭାପତି ପ୍ରକାଶ କଲେ । ଏହି ବୈଠକରେ ସମ୍ପାଦକ ଆଡଭୋକେଟ ସରୋଜ ରାଜ ସିଂହଙ୍କ ସହିତ, ସୁଶୀଲ କୁମାର ସାମଲ, ରବିନ୍ଦ୍ର ନାଥ ରଥ, ଭରତ ଚରଣ ସାହୁ, କୁଳମଣୀ ନାୟକ, ଅଭିମନ୍ୟୁ ନାୟକ, ଶ୍ରମିକ ନେତା ମୁକ୍ତାର ଖାଁ, ହୃଷିକେଶ ବେହେରା, ଚନ୍ଦ୍ରମଣି ନାୟକ, ଉପେନ୍ଦ୍ର କର, ହଳଧର ପାତ୍ର, ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକ ସମେତ ଯୋଗଦେଇ ଆଲୋଚନାରେ ଭାଗନେଇ ଥିଲେ। ଶ୍ରାଦ୍ଧ ଉତ୍ସବରେ ସମୟ ୧୦ଘଟିକା ସମୟରେ ପଦବାବୁଙ୍କୁ ଭଲପାଉଥିବା ବନ୍ଧୁମାନେ ନିଶ୍ଚିତ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଉପସ୍ଥିତ ହେବାକୁ ସ୍ମୃତି କମିଟି ଅନୁରୋଧ କରିଛି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି