ଡିସେମ୍ବର ୧୩ ତାରିଖରେ ହେବ ଓଡ଼ିଶା ଅମଲା ସଂଘର ମହା ସମାବେଶ
ଜୟପୁର, ୧୯ ଅକ୍ଟୋବର (ହି.ସ.)-ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର
ଡିସେମ୍ବର ୧୩ ତାରିଖରେ ହେବ ଓଡ଼ିଶା ଅମଲା ସଂଘ ର ମହା ସମାବେଶ


ଜୟପୁର, ୧୯ ଅକ୍ଟୋବର (ହି.ସ.)-ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଦୀର୍ଘ ବର୍ଷ ଧରି କିଛି ରାଜସ୍ବ ଅମଲା ସଂଘର କର୍ମକର୍ତ୍ତା ଓଡ଼ିଶା ଅମଲା ସଂଘର ଅମଲା ଭବନ ପାଣ୍ଠିର ଅପ ବ୍ୟବହାର କରିବା ସହିତ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ବାରମ୍ବାର ଥାନାରେ ଏତଲା ଦିଆଯାଇଥିବା ସଭାପତି ଶ୍ରୀ ଦାସ ସୂଚନା ଦେଇଥିଲେ l ଏ ନେଇ ରାଜ୍ୟ ସଂଘ ଗୃହ ବିଭାଗ ସଚିବ, ରାଜସ୍ବ ବିଭାଗ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଜିଲ୍ଲାପାଳ କୋରାପୁଟ ଓ ଆରକ୍ଷୀ ଅଧିକ୍ଷକ କୋରାପୁଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏ ନେଇ ଗୃହ ବିଭାଗ ସଚିବ ଜିଲ୍ଲାପାଳ କୋରାପୁଟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ l ତଥାପି ଉକ୍ତ ଆଦେଶ ପତ୍ରକୁ ଚପାଇ ଦିଆଯାଇଥିଲା, ଏନେଇ ସଂଘ ଦ୍ବାରା ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଥିଲା। ଏହା ସମସ୍ତ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା l

କିଛି କୁଚକ୍ରାନ୍ତକାରୀ ଛଦ୍ମବେଶୀ ରାଜସ୍ବ ଅମଲା ୨୦୧୫ ମସିହା ଠାରୁ ଅମଲା ପାଣ୍ଠିର ଅପବ୍ୟବହାର କରିବା ସହିତ ଓଡ଼ିଶା ଅମଲା ସଂଘକୁ ବିରୋଧ ପ୍ରଦର୍ଶନ କରୁଥିବା ଓ ଅପରପକ୍ଷରେ ନିଜକୁ ଓଡ଼ିଶା ଅମଲା ସଂଘର କର୍ମକର୍ତ୍ତା ଦର୍ଶାଇ ଓଡ଼ିଶା ଅମଲା ସଂଘର ବ୍ୟାନରକୁ ନକଲ କରିଥିବା ଯୋଗୁଁ ରାଜ୍ୟ ସଂଘ ସେମାନଙ୍କ ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକ କୋରାପୁଟ ଓ ଜିଲ୍ଲାପାଳ କୋରାପୁଟଙ୍କୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଥିବା ମଧ୍ୟ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା l ଉପସ୍ଥିତ ସମସ୍ତ ସଦସ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ରାଜ୍ୟ ସଂଘ ପୁଣିଥରେ ରାଜ୍ୟ ଗୃହ ବିଭାଗ ସଚିବ, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସଚିବ, ରାଜ୍ୟ ରାଜସ୍ବ ବିଭାଗ ସଚିବ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ଉପସ୍ଥାପନ କରନ୍ତୁ ବୋଲି ଅନୁରୋଧ କରିଥିଲେ l ନଚେତ ଆଗାମୀ ଦିନରେ ରାଜସ୍ବ ଅମଲା ସଂଘର କର୍ମକର୍ତ୍ତା ଓଡ଼ିଶା ଅମଲା ସଂଘକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ପଛେଇବେ ନାହିଁ ବୋଲି ସମସ୍ତେ ମତ ଦେଇଥିଲେ l

ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସଂଗଠନିକ ସମ୍ପାଦକ କୈଳାଶ ସାମନ୍ତରାୟ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଉପ ସଭାପତି ଜଗନ୍ନାଥ ମାଝୀ , ଜଗେନ୍ଦ୍ର ଚୈଧୁରି, ଜଗନ୍ନାଥ ଦାଶ ବରିଷ୍ଠ ସଦସ୍ୟ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ତ୍ରିନାଥ ପଣ୍ଡା, ପ୍ରତିକ ମିଶ୍ର, ସାନ୍ତୁନୁ ଜେନା, ବାଳ ଗୋପାଳ ମିଶ୍ର ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ l

ଡିସେମ୍ବର ମାସରେ ଓଡ଼ିଶା ଅମଲା ସଂଘର ୨ ଦିନିଆ କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା ରେ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଥିବା ଶ୍ରୀ ଦାଶ ସୂଚନା ଦେଇଥିଲେ l ୧୩.୧୨.୨୦୨୫ ରିଖ ଦିନ ଅମଲା ଭବନ କୋରାପୁଟ ଠାରୁ ଏକ ଶୋଭାଯାତ୍ରା ବାହାରି ଆରକ୍ଷୀ ଅଧିକ୍ଷକ କୋରାପୁଟଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଓଡ଼ିଶା ଅମଲା ସଂଘର ବୈଠକ ଅନୁଷ୍ଠିତ ହେବ l ଏବଂ ତା ୧୪.୧୨.୨୦୨୫ ରିଖ ଦିନ କୋରାପୁଟ ଦେଓମାଳି ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନ/ ଚୟନ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିବା ଶ୍ରୀ ଦାଶ ସୂଚନା ଦେଇଥିଲେ l ଏ ନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଅବଗତ କରାଇବା ପାଇଁ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକଙ୍କୁ ଅନୁରୋଧ କରିଥିଲେ l ପରିଶେଷରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସଭାପତି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande