ଭୁବନେଶ୍ଵର, 19 ଅକ୍ଟୋବର (ହି.ସ.): ସମଗ୍ର ମାନବ ଜାତି ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଐକ୍ୟର ବାର୍ତ୍ତା ପ୍ରଚାର ପ୍ରସାର କରିବା ଅନାମ ଗୋଷ୍ଠୀର ଲକ୍ଷ୍ୟ । ଅନାମ କବିତାର ଶୈଳୀ ବା ବାଚନ ପ୍ରକ୍ରିୟା ପାରମ୍ପରିକ ଲୋକଶୈଳୀ ଓ ବିଦଗ୍ଧ ଶୈଳୀର ସମନ୍ବିତ ରୂପ ନେବା ଆବଶ୍ୟକତା ମନେ ହୁଏ। ସର୍ବାଧକ ବ୍ୟକ୍ତିଙ୍କ ବୋଧଗମ୍ୟ ଓ ହୃଦୟସ୍ପର୍ଶୀ ହେବାପାଇଁ ଏହା ଛନ୍ଦୋବଦ୍ଧ, ଶ୍ରୁତିମଧୁର, ସାବଲୀଳ ତଥା ଆବୃତ୍ତିଧର୍ମୀ ହେବା ଜରୁରୀ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଧଉଳି ରିଭ୍ୟୁ ଟ୍ରଷ୍ଟଙ୍କ ମିଳିତ ସହଯୋଗରେ ରବିବାର ପୂର୍ବାହ୍ନ ୧୦.୦୦ ଘଟିକାରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଅନାମ କାବ୍ୟ ଆନ୍ଦୋଳନ ସଂପର୍କିତ ଏକଦିବସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଆମନ୍ତ୍ରିତ ଅତିଥୁ ଓ ବକ୍ତାଙ୍କ ଦ୍ଵାରା ମତପ୍ରକାଶ ପାଇଥିଲା। ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଗୌରହରି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ଵତ ସଭାରେ ସାହିତ୍ୟ ସଂଗଠକ, ପ୍ରକାଶକ ଓ ସମ୍ପାଦକ ଶ୍ରୀଯୁକ୍ତ ମନୁ ଦାଶ ସମ୍ମାନନୀୟ ଅତିଥୁ ଭାବେ ଯୋଗଦାନ କରି ଅନାମ କବିଙ୍କ କବିତାରେ ରସ ଓ ଭାବ, ଛନ୍ଦବ୍ୟଞ୍ଜନା ସମନ୍ବିତ ଧ୍ଵନି, ମୂହଁନା ମଧ୍ୟରେ କିପରି ପ୍ରତିଫଳିତ ହୋଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ, କଥାକାର ଓ ସ୍ତମ୍ଭକାର ଶ୍ରୀ ଦେବପ୍ରସାଦ ଦାଶ ମୁଖ୍ୟଅତିଥ ଭାବେ ଯୋଗଦାନ କରି ଐତିହ୍ୟର ପରିସର ମଧ୍ୟରେ ସାମ୍ପ୍ରତିକ ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ସମସ୍ୟାକୁ ଦୃଷ୍ଟିରେ ରଖୁ ଅନାମ ସଙ୍ଗବୋଧ କିପରି ଚର୍ଚ୍ଚା ଆରମ୍ଭ ହୋଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କବି ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଉଦ୍ଘାଟକ ଭାବେ ଯୋଗଦାନ କରି ଅନାମ ଗୋଷ୍ଠୀର ଅବବୋଧରେ ନିଃସଙ୍ଗତା ଓ ବିଚ୍ଛିନ୍ନତାବୋଧ, ବ୍ୟକ୍ତିକୈନ୍ଦ୍ରିକ ଅହଂରୁ ଉଭୁତ ଏକ ସ୍ଵୟଂସ୍ପଷ୍ଟ ଭାବରେ କିପରି ଏ ଜାତିକୁ ଦିଗ୍ଦର୍ଶନ ଦେଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଗୌରହରି ଦାସ ନିଜର ସଭାପତିତ୍ଵ ଅଭିଭାଷଣରେ ପୂର୍ବରୁ ଆଲୋଚନା କରିଥିବା ଅତିଥୁ ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଅନାମ କାବ୍ୟ ସାହିତ୍ୟ କିପରି କବି ଓ ଲେଖକମାନଙ୍କୁ ଏଇ ଚେତନାର ବାହକହୋଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ, ବିଶେଷତଃ କବିତାର ଧାରାକୁ କିପରି ଋଦ୍ଧିମନ୍ତ କରିପାରିବେ ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏହି ଅନାମ କାବ୍ୟ ଆନ୍ଦୋଳନ ସଂପର୍କିତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ସାରସ୍ଵତ କ୍ଷେତ୍ରରେ ଏହାର ପ୍ରଭାବ କିପରି ଅନୁଭୂତ ହୋଇପାରିଥିଲା ଏବଂ ଅନାମ ସାହିତ୍ୟ ସାଧନା ଯଥାର୍ଥରେ ଏକ ସାଂସ୍କୃତିକ ବିପ୍ଲବ, ଏକ ରହସ୍ୟବାଦୀ କାବ୍ୟକ କମ୍ପନ ଭାବେ ସୃଷ୍ଟି ହୋଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ପ୍ରଥମ ଅଧୂବେଶନରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର କଇଳାଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସୁସାହିତ୍ୟିକ ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ, ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ଡକ୍ଟର ରବୀନ୍ଦ୍ର କୁମାର ଦାସ, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ଆଦି ଯୋଗଦାନ କରି ଅନାମ କାବ୍ୟ ସାହିତ୍ୟ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ସଭାମୁଖ୍ୟ ଭାବେ ପ୍ରଫେସର କଇଳାଶ ପଟ୍ଟନାୟକ ନିଜର ସଭାପତିତ୍ଵ ଅଭିଭାଷଣରେ ‘ ଅନାମ’ ଏକ ଅହଂହୀନ ମୈତ୍ରୀବାଦୀ ଦର୍ଶନର ବାଣୀରୂପ ଭାବେ କିପରି ଦିଗ୍ଦର୍ଶନ ଦେଇପାରିଛି ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ