ସମ୍ବଲପୁର, ୧୯ ଅକ୍ଟୋବର (ହି.ସ.) - ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ୪୭୧ ଟି ନୂତନ ପଂଚାୟତ କାର?୍ୟ୍ୟାଳୟ ଗୃହର ଭିତିିପ୍ରସ୍ତର ସ୍ଥାପନା ଏବଂ ଅନ୍ତ୍ୟୋଦୋୟ ଗୃହ ଯୋଜନାର ତୃତୀୟ ପର୍ଯ୍ୟାୟରେ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ନୂଆପଡ଼ା ଓ କଳାହାଣ୍ଡି ବ୍ୟତୀତ ୨୮ ଟି ଜିଲ୍ଲାରେ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେ ସମସ୍ତ ପଂଚାୟତରେ ନୂତନ ପଂଚାୟତ କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସିଧା ସଳଖ ପ୍ରସାରଣ କରାଯାଇଥିଲା। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ୨୪ ଟି ନୂତନ ଗ୍ରାମପଂଚାୟତ କାର୍ଯ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି। ବାମରା ବ୍ଲକ୍ ର ବାବୁନିକ୍ତିମାଲ ପଂଚାୟତ, ଜୋରବଗା ପଂଚାୟତ , ମହୁଲପାଲି ପଂଚାୟତ, ଗଡପୋସ ପଂଚାୟତ, ଜମନକିରା ବ୍ଲକ୍ ର ଜମନକିରା ପଂଚାୟତ, ଟିକ୍ଲିପଡା ପଂଚାୟତ, ରେଙ୍ଗାଲି ବ୍ଲକ୍ ର ଖିଣ୍ଡା ପଂଚାୟତ, ଲଇଡ଼ା ପଂଚାୟତ, ଲପଙ୍ଗା ପଂଚାୟତ, ଧନକଉଡ଼ା ବ୍ଲକ୍ ର ଶାସନ ପଂଚାୟତ, କଳାମାଟି ପଂଚାୟତ, ରେଢ଼ାଖୋଲ ବ୍ଲକ୍ ର ବଡ଼ମାଲ ପଂଚାୟତ, ବନସାଜଲ୍ ପଂଚାୟତ, ନାକଟିଦେଉଳ ବ୍ଲକ୍ ର ବାଲାମ ପଂଚାୟତ,ବାଟଗାଁ ପଂଚାୟତ, ଗିରିଶଚନ୍ଦ୍ରପୂର୍ ପଂଚାୟତ, ଯୁଯୁମୁରା ବ୍ଲକର ବାହାମ ପଂଚାୟତ, ଗଡ଼ଲୋଇସିଂ ପଂଚାୟତ, କୁଚିଣ୍ଡା ବ୍ଲକ ର ଖଣ୍ଡୋକଟା ପଂଚାୟତ, ବାଙ୍କେ ପଂଚାୟତ, କୁନ୍ତରା ପଂଚାୟତ, କୁସୁମୀ ପଂଚାୟତ, ଟାଇଁସର ଆଦି ପଂଚାୟତରେ ନୂତନ ପଂଚାୟତ କାର୍ଯ୍ୟାଳୟ ପାଇଁ ଭିତିପ୍ରସ୍ତର ହୋଇଛି। ଏହି କ୍ରମରେ ପ୍ରତ୍ୟେକ କାର୍ଯ୍ୟାଳୟ ପାଇଁ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।
ଅନ୍ତ୍ୟୋଦୋୟ ଗୃହ ଯୋଜନା ଅଧୀନରେ ବାମରା ବ୍ଲକ୍ ରେ ୧୩୦, ଧନକଉଡ଼ା ବ୍ଲକ୍ ରେ ୬୪ , ଜମନକିରା ବ୍ଲକ୍ ର ୨୮୨, ଯୁଯୁମୁରା ବ୍ଲକ ର ୧୯୨, କୁଚିଣ୍ଡା ବ୍ଲକ ର ୧୫୯, ମାନେଶ୍ୱର ବ୍ଲକ୍ ର ୧୨୪, ନାକଟିଦେଉଳ ବ୍ଲକ୍ ର ୨୦୭, ରେଢ଼ାଖୋଲ ବ୍ଲକ୍ ର ୨୭୭, ରେଙ୍ଗାଲି ବ୍ଲକ୍ ର ୧୫୭ ଜନ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ୪୦,୦୦୦ ରାଶି ପ୍ରଦାନ କରାଯାଇଥିଲା। କୁସୁମୀ ସରପଂଚ ସଙ୍କୀର୍ତନ କିଷାନ ଆଭାସୀ ମାଧ୍ୟମରେ କୁଚିଣ୍ଡାରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହିତ ବାର୍ତାଳାପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମଧ୍ୟ ଓସ୍ୱାନ ହଲରେ ଉପସ୍ଥିତ ରହି ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ